‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗ ନେବାକୁ ଆମନ୍ତ୍ରଣ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ‘ପରୀକ୍ଷା ପେ ଚର୍ଚ୍ଚା’- ୨୦୨୩ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି ଦିଗରେ ସାମୂହିକ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି।

ସେ ଏଥିରେ ଉଲ୍ଲେଖ କରିଛନ୍ତି, ‘ମୁଁ ସମସ୍ତ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ସହିତ ଜଡ଼ିତ ଏହି ଆକର୍ଷଣୀୟ କାର୍ଯ୍ୟକଳାପରେ ଭାଗ ନେବାକୁ ଆହ୍ୱାନ ଦେଉଛି । ଆସନ୍ତୁ ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ଚାପମୁକ୍ତ ପରିବେଶ ସୃଷ୍ଟି କରିବା ଦିଗରେ ମିଳିତ ଭାବରେ କାର୍ଯ୍ୟ କରିବା।’

ସମ୍ବନ୍ଧିତ ଖବର