ଆଇଏନ୍‌ଏକ୍ସ ମିଡିଆ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭୧ ପୂର୍ବ ଅମଲା

୪ ପୂର୍ବ ଅଧିକାରୀଙ୍କ ବିରୋଧରେ ମାମଲାକୁ ବିରୋଧ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଅର୍ଥ ମନ୍ତ୍ରାଳୟର ୪ ପୂର୍ବତନ ଅଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାପାଇଁ ସରକାର ସିବିଆଇକୁ ଦେଇଥିବା ଅନୁମତିକୁ ବିରୋଧ କରି ୭୧ ଜଣ ପୂର୍ବତନ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖିଛନ୍ତି। ପୂର୍ବ ଅମଲାମାନେ ଦାବି କରିଛନ୍ତି ଯେ ଏକ ନିଧାର୍ଯ୍ୟ ସମୟ ଅଛି , ଏହି ସମୟ ଅତିକ୍ରମ କରିଗଲେ ଫାଇଲ୍‌ ପୁଣିଥରେ ଖୋଲିବା ଉଚିତ୍‌ ନୁହେଁ। ମୋଦୀଙ୍କ ପାଖକୁ ଲେଖାଯାଇଥିବା ଚିଠିରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ କ୍ୟାବିନେଟ୍‌ ସଚିବ କେଏମ୍‌ ଚନ୍ଦ୍ରଶେଖର, ପୁର୍ବତନ ବିଦେଶ ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବଶଙ୍କର ମେନନ୍‌, ପୁର୍ବତନ ବିଦେଶ ସଚିବ ସୁଜାତା ସିଂହ ଏବଂ ପୂର୍ବତନ ପଂଜାବ ଡିଜିପି ଜୁଲିଓ ରିବେରିଓ ସ୍ବାକ୍ଷର କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ‌ଲୋକ ଅବସରପ୍ରାପ୍ତ ଏବଂ ସେବାରତ ଅଧିକାରୀମାନଙ୍କୁ ଟାର୍ଗେଟ୍‌ କରିବା ବିରୋଧରେ ପୂର୍ବତନ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଏଫ୍‌ଆଇପିବି ମଂଜୁରୀ ଦେଇଥିବା ସଂକ୍ରାନ୍ତରେ ପୂର୍ବତନ ନିତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିନ୍ଧୁଶ୍ରୀ କୁଲ୍ଲାର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଆରମ୍ଭ କରିବାପାଇଁ ଗତ ମାସରେ ସରକାର ସିବିଆଇକୁ ମଂଜୁରି ଦେଇଥିଲେ। କୁଲାରଙ୍କ ବାଦ୍‌ ସରକାର ମଧ୍ୟ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ପୂର୍ବତନ ସଚିବ ଅନୁପ ‌କେ ପୁଜାରୀ, ଅର୍ଥ ମନ୍ତ୍ରାଳୟର ତତ୍କାଳୀନ ନିର୍ଦ୍ଦେଶକ ପ୍ରବୋଧ ସାକ୍ସେନା ଏବଂ ଅର୍ଥ ବିଭାଗରର‌ ପୂର୍ବତନ ଅନୁ ସଚିବ ରବିନ୍ଦ୍ର ପ୍ରସାଦଙ୍କ ବିରୋଧରେ ମାମଲା ଆରମ୍ଭ କରିବାପାଇଁ ମଂଜୁରୀ ଦେଇଥିଲେ।

ସମ୍ବନ୍ଧିତ ଖବର