ଆଇଏନ୍‌ଏକ୍ସ ମିଡିଆ ମାମଲା:ଚିଦମ୍ବରମଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ ଆଜି ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଆଶ୍ୱସ୍ତି ମିଳିଛି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦମ୍ବରମଙ୍କୁ ଗିରଫ ନ କରିବା ପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା ଅନ୍ତରୀଣ ସୁରକ୍ଷାକୁ ଆଜି ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୧ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଏ କେ ପାଠକ୍‌ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ରେ ରଖିଛନ୍ତି। ଅଗଷ୍ଟ ୧ ପର୍ଯ୍ୟନ୍ତ ଉକ୍ତ ମାମଲାରେ ସିବିଆଇ ଚିଦମ୍ବରମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେନି ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷେ ଚିଦମ୍ବରମଙ୍କ ଅନ୍ତରୀଣ ଜାମିନ ନେଇ ସିବିଆଇ ଏହାର ମତାମତ ରଖିବାପାଇଁ ଅଧିକ ଦିନ ସମୟ ମାଗିଛି।

ସମ୍ବନ୍ଧିତ ଖବର