ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ନାମରେ ଖୁବ୍ଶୀଘ୍ର ଚାର୍ଜସିଟ୍ ଦାଖଲ କରିବା ସମ୍ଭାବନା ରହିଛି। ଚିଦମ୍ବରମଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ସିବିଆଇ ଯେଉଁ ଆବେଦନ କରିଥିଲା ତାହାକୁ ଆଇନ ମନ୍ତ୍ରାଳୟ ଅନୁମତି ଦେଇଛି। ତେଣୁ ସିବିଆଇ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିପାରେ ବୋଲି ଆଶା କରାଯାଉଛି। ଆଇଏନଏକ୍ସ ମିଡିଆକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି) ଅନୁମତି ପ୍ରଦାନରେ ହୋଇଥିବା ଅନିୟମିତା ମାମଲାରେ ସିବିଆଇ ୨୦୧୭ ମେ ୧୫ରେ ଏକ ଏଫଆଇଆର ରୁଜୁ କରିଥିଲା। ୨୦୦୭ରେ ଏହି କମ୍ପାନିକୁ ୩୦୫ କୋଟି ଟଙ୍କାର ବିଦେଶୀ ନିବେଶ ଅନୁମତି ପ୍ରଦାନ ସମୟରେ ଚିଦମ୍ବରମ୍ ଅର୍ଥମନ୍ତ୍ରୀ ଥିଲେ।
ଆଇଏନଏକ୍ସ ମିଡିଆ ମାମଲା: ଚିଦମ୍ବରମଙ୍କ ବିରୋଧରେ ଦାଖଲ ହୋଇପାରେ ଚାର୍ଜସିଟ୍
/sambad/media/post_attachments/wp-content/uploads/2019/02/chidambaram.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)