ଆଇଏନ୍‌ଏକ୍ସ ମିଡିଆ ମାମଲା : ଚିଦମ୍ବରମ୍‌ଙ୍କୁ ସମନ୍‌ କଲେ ସିବିଆଇ କୋର୍ଟ

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଆସନ୍ତା ସୋମବାର ଅପରାହ୍ନରେ କଂଗ୍ରେସ ନେତା ପି ଚିଦମ୍ବରମ୍‌ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ। ମନି ଲଣ୍ଡ୍ରିଂ ମାମଲାରେ ‌ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚିଦମ୍ବରମ୍‌ଙ୍କୁ ଜେରା କରିବାପାଇଁ କୋର୍ଟରେ ଅନୁରୋଧ କରିବା ପରେ କୋର୍ଟ ଏନେଇ ପ୍ରଡକ୍ସନ୍‌ ୱାରେଣ୍ଟ୍‌ ଜାରି କରିଛନ୍ତି। ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହର ଚିଦମ୍ବରମଙ୍କୁ ଆସନ୍ତା ସୋମବାର ଅପରାହ୍ନ ୩ଟାରେ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅଗଷ୍ଟ ୨୨ ତାରିଖରେ ସିବିଆଇ ଦ୍ବାରା ଗିରଫ ‌ହୋଇ ତିହାର ଜେଲ୍‌ରେ ଥିବା ଚିଦମ୍ବରମଙ୍କୁ ଇଡି ପୁଣିଥରେ ଗିରଫ କରିବ ବୋଲି କୁହାଯାଉଛି। ଇଡି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ ଚିଦମ୍ବରମଙ୍କୁ ହାଜତ ଜେରା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର