ଆଇଏନ୍‌ଏକ୍ସ ମିଡିଆ ମାମଲା: ମାର୍ଚ୍ଚ ୨୦ ପର୍ଯ୍ୟନ୍ତ କାର୍ତ୍ତର୍ିଙ୍କୁ ଗିରଫ କରିପାରିବେନି ଇଡି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କାର୍ତ୍ତି ଚିଦମ୍ବରମଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟଙ୍କଠାରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାମଲାରେ ଇଡି କାର୍ତ୍ତିଙ୍କୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗିରଫ କରିପାରିବେନି ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡିଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟରେ ଆଗୁଆ ଜାମିନ କରିଥିବା କାର୍ତ୍ତିଙ୍କ ଆବେଦନକୁ ସୁପ୍ରିମକୋର୍ଟ ମଞୁରି ନଦେବା ସହ ଏହାକୁ ଗତକାଲି ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତରିତ କରିଦେଇଥିଲେ। ତେବେ ଆଜି ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମାମଲାର ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଇଡି କାର୍ତ୍ତିଙ୍କୁ ଗିରଫ କରିପାରିବେନି। ଅନ୍ୟପକ୍ଷେ କାର୍ତ୍ତି ଇଡିଙ୍କୁ ନିଜ ପାସପୋର୍ଟ ଦେବା ସହ ତଦନ୍ତପ୍ରକ୍ରୀୟାରେ ସହଯୋଗ କରିବାପାଇଁ ଜଷ୍ଟିସ ଏସ ମୁରଲିଧର ଏବଂ ଆଇଏସ ମେହଟାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଗତ ଫେବ୍ରୁଆରି ୨୮ ତାରିଖରେ ଗିରଫ ହୋଇଥିବା କାର୍ତ୍ତିଙ୍କ ସିବିଆଇ ହାଜତ ମିଆଦ ଆଜି ଶେଷ ହୋଇଛି।

ସମ୍ବନ୍ଧିତ ଖବର