ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲା, ଚିଦମ୍ବରମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଜାମିନ ଆବେଦନ ଆଜି ଦିଲ୍ଲୀ ହାଇକୋର୍ଟ‌ରେ ଖାରଜ ହୋଇଯାଇଛି। ଜଷ୍ଟିସ୍‌ ସୁରେଶ କୈତ ଗତ ୮ ତାରିଖରେ ଚିଦମ୍ବରମଙ୍କ ଜାମିନ ଆବେଦନ ନେଇ ଉଭୟ ଚିଦମ୍ବରମଙ୍କ ଆଇନଜୀବୀ ଏବଂ ଇଡିର ପକ୍ଷ ଶୁଣିବାପରେ ଜାମିନ ରାୟ ସଂରକ୍ଷିତ ରଖିଥିଲେ। ଚିଦମ୍ବରମଙ୍କ ପରିବାର ସଦସ୍ୟ ଚିଦମ୍ବରମଙ୍କୁ ଜେଲ୍‌ରେ ଉତ୍ତମ ଚିକିତ୍ସା ମିଳୁନଥିବା ସହ ତାଙ୍କ ଓଜନ ମଧ୍ୟ ୮-୯ କେଜି କମିଯାଇଛି ‌ବୋଲି ଅଭିଯୋଗ କରିଥିବା ବେଳେ ଆଜି ଚିଦମ୍ବରମଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦମ୍ବରମଙ୍କୁ ଗତ ଅକ୍ଟୋବର ୧୬ ତାରିଖରେ ଇଡି ଗିରଫ କରିଥିଲା। ଏହା ପୂର୍ବରୁ ଗତ ଅଗଷ୍ଟ ୨୧ ତାରିଖରେ ଚିଦମ୍ବରମଙ୍କୁ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆ‌ଇ ଗିରଫ କରିଥିଲା। ତେବେ ଅକ୍ଟୋବର ୨୨ ତାରିଖରେ ସିବିଆଇ ମାମଲାରେ ଚିଦମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।

ସମ୍ବନ୍ଧିତ ଖବର