ଲକ୍ଷ୍ନୌ : ଲକ୍ଷ୍ନୌର ଭାରତରତ୍ନ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ଏକ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ଆଗରେ ୧୭୨ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ୍ । 

Advertisment

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ଆରମ୍ଭରୁ ମିଚେଲ ମାର୍ସଙ୍କ ଓ୍ବିକେଟ ହରାଇ ବିପଦରେ ପଡ଼ିଥିଲା । ସେ ଖାତା ଖୋଲିପାରିନଥିଲେ । ସେହିପରି ଅଧିନାୟକ ଋଷଭ ପନ୍ତ ମଧ୍ୟ ୨ ରନ କରିଥିଲେ । ତେବେ ଆଇଡେନ ମାର୍କରାମ ଓ ନିକୋଲାସ ପୁରନ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ମାର୍କରାମ ୨୮ ରନ ଓ ପୁରନ ୪୪ ରନ କରିଥିଲେ । ଆୟୁଷ ବାଦୋନି ୪୧ ରନ ଓ ଅବଦୁଲ ସମଦ ୨୭ ରନ କରିଥିଲେ । ଡେଭିଡ ମିଲର ୧୯ ରନ କରିଥିଲେ । ଏହା ଫଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୧ ରନ କରିଥିଲା ।