ସେପ୍ଟେମ୍ବର ମାସରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ ! ଅକ୍ଟୋବର ୧୦ରେ ହୋଇପାରେ ଫାଇନାଲ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ଚାଲୁଥିବା ଆଇପିଏଲରେ ବ୍ରେକ ଲାଗିଛି । ଏବେ ବଳକା ମ୍ୟାଚ ଆୟୋଜନ ପାଇଁ ଏବେ ଚିନ୍ତାରେ ବିସିସିଆଇ । କରୋନା ଭୂତାଣୁକୁ ନଜରରେ ରଖି ବଳକା ମ୍ୟାଚକୁ ଅନ୍ୟ ଦେଶରେ କରିବାକୁ ବିସିସିଆଇ ଚିନ୍ତା କରୁଥିବା ବେଳେ ଏହାରି ମଧ୍ୟରେ ଏକ ବଡ ଖବର ଆସିଛି । କୁହାଯାଉଛି ସେପ୍ଟେମ୍ବର ୧୯-୨୦ ତାରିଖ ବେଳକୁ ଆଇପିଏଲ ଆରମ୍ଭ ହୋଇପାରେ । ଆଉ ଫାଇନାଲ ମ୍ୟାଚ ଅକ୍ଟୋବର ୧୦ ତାରିଖରେ ଖେଳାଯାଇ ପାରେ ।

ଆଇପିଏଲ ୧୪ତମ ସଂସ୍କରଣର ୩୧ଟି ମ୍ୟାଚ ବାକି ଅଛି । ବାକି ଥିବା ୩୧ଟି ମ୍ୟାଚ ପାଇଁ ମେ ୨୯ ତାରିଖରେ ବିସିସିଆଇ ଦ୍ୱାରା ହେବାକୁ ଥିବା ବୈଠକରେ ତାରିଖ ଘୋଷଣା ହୋଇପାରେ । ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହେବ । ଗୋଟିଏ ହେଉଛି ଭାରତରେ ଟି-୨୦ ବିଶ୍ବକପ ଆୟୋଜନ ଓ ଆଇପିଏଲର ଅବଶିଷ୍ଟ ମ୍ୟାଚ ଆୟୋଜନ । ଚଳିତ ବର୍ଷ ଭାରତରେ ଟି-୨୦ ବିଶ୍ବକପ ଆୟୋଜନ ହେବାର ଅଛି । କିନ୍ତୁ ଯ଼ଦି କରୋନା ସ୍ଥିତିରେ ସୁଧାର ନଆସେ ତେବେ ୟୁଏଇରେ ଏହାକୁ ଆୟୋଜନ କରାଯ଼ାଇପାରେ । ସେହିପରି ୟୁଏଇରେ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ ଆୟୋଜନ କରିବାକୁ ଯ଼ୋଜନା କରାଯ଼ାଉଛି ।

FirstSportz

ଏହା ପୂର୍ବରୁ କରୋନାର ୨ୟ ଲହରୀ ପାଇଁ ସ୍ଥଗିତ ରହିଥିବା ଆଇପିଏଲର ଅବଶିଷ୍ଟ ମ୍ୟାଚ ୩୧ଟି ମ୍ୟାଚ ଇଂଲଣ୍ଡରେ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା |

ସମ୍ବନ୍ଧିତ ଖବର