କୋଲକାତା: ମାର୍ଚ୍ଚ ୨୨ ରୁ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୪ ବର୍ତ୍ତମାନ ଏକ ରୋମାଞ୍ଚକର ପର୍ଯ୍ୟାୟରେ ପ୍ରବେଶ କରିଛି । ଏବେ ଶେଷ ୪ ଟି ଦଳର ନାମ ଜଣାପଡ଼ିବ। ସେମାନେ ଖୁବ୍ ଶୀଘ୍ର ପ୍ଲେ ଅଫ୍‌ରେ ପହଞ୍ଚିବେ। ଅବଶ୍ୟ, ଚିତ୍ର ବହୁ ପରିମାଣରେ ସ୍ପଷ୍ଟ ହୋଇସାରିଛି, କିନ୍ତୁ କିଛି ଦଳର ମ୍ୟାଚ୍ ବାକି ଅଛି, ଯେଉଁଥିପାଇଁ ଚୂଡ଼ାନ୍ତ ପ୍ଲେ ଅଫ୍ ତାଲିକା ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡିବ।

Advertisment

୨୦୦୮ ମସିହାରେ ଆରମ୍ଭ ହୋଇଥିବା ଆଇପିଏଲ୍ ବର୍ତ୍ତମାନ ଏକ ମହଙ୍ଗା ଲିଗ୍ ହୋଇପାରିଛି ଏବଂ ଅନେକ ଲୋକଙ୍କ ପାଇଁ ଆୟର ଉତ୍ସ ମଧ୍ୟ ପାଲଟିଛି। ବିସିସିଆଇ ଏହି ଲିଗରେ ନୂତନ ଖେଳାଳି ପାଇଥିବାବେଳେ ପୂର୍ବତନ କ୍ରିକେଟରମାନେ ମଧ୍ୟ ମେଣ୍ଟର ଏବଂ କୋଚ୍ ହେବାର ସୁଯୋଗ ପାଇଛନ୍ତି।

ଆଇପିଏଲ୍ ଜିତୁଥିବା ଦଳ ଏଥର କେତେ ଟଙ୍କା ପାଇବେ ସେନେଇ ପ୍ରଶ୍ନ ଉଠିବାରେ ଲାଗିଛି। ୨୦୦୮ ରେ ଯେତେବେଳେ ଆଇପିଏଲ୍ ଆରମ୍ଭ ହୋଇ‌ଥିଲା ତାହା ତୁଳନାରେ ବର୍ତ୍ତମାନର ପୁରସ୍କାର ରାଶି ଚାରି ଗୁଣା ବୃଦ୍ଧି ପାଇଛି। ଗତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜେତା ହୋଇଥିଲା। ଦଳ ଆଇପିଏଲର ପୁରସ୍କାର ରାଶି ଭାବରେ ୨୦ କୋଟି ଟଙ୍କା ପାଇଥିଲା। ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୪ ପାଇଁ ୪୬.୫ କୋଟି ଟଙ୍କା ମୂଲ୍ୟର ପୁରସ୍କାର ସ୍ଥିର କରାଯାଇଛି। ବିଜେତା ଦଳ ୨୦ କୋଟି ଟଙ୍କା ପାଇବ‌େ। ରନର୍ ଅପ୍ ଦଳକୁ ୧୩ କୋଟି ଟଙ୍କା ପ୍ରଦାନ କରାଯିବ। ଏହା ସହିତ ତୃତୀୟ ସ୍ଥାନରେ ଥିବା ଦଳ ୭ କୋଟି ଟଙ୍କା ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳ ୬.୫ କୋଟି ଟଙ୍କା ପାଇବେ।

ପ୍ରତିବର୍ଷ ବିସିସିଆଇ ଆଇପିଏଲର ଉନ୍ନତି ପାଇଁ କିଛି ନୂଆ ପରିବର୍ତ୍ତନ କରିଥାଏ। ଲିଗ୍‌ର ନୂତନ ପରିବର୍ତ୍ତନ ଦଳ ତଥା ଖେଳାଳିଙ୍କୁ ପୃଥକ ଭାବରେ ଲାଭ ପ୍ରଦାକ କରାଯାଇଥାଏ। ଯେପରି ଲିଗ୍‌ରେ ସର୍ବାଧିକ ରନ୍ ସ୍କୋର କରୁଥିବା ଖେଳାଳୀଙ୍କୁ ଅରେଞ୍ଜ କ୍ୟାପ୍ ଦିଆଯାଇଥାଏ । ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ପର୍ପଲ କ୍ୟାପ୍ ମିଳିଥାଏ । ଉଭୟ ଖେଳାଳି ବ୍ୟାଟ୍ସମ୍ୟାନ୍-ବୋଲର ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଟଙ୍କା ମିଳିବ। ସେହିଭଳି ମୋଷ୍ଟ ଭାଲ୍ୟୁଏବୁଲ୍ ଖେଳାଳି ଏବଂ ସୁପର ଷ୍ଟ୍ରାଇକର ଖେଳାଳିଙ୍କୁ ମଧ୍ୟ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଯେଉଁଠାରେ ଗେମଚେଞ୍ଜର ଖେଳାଳିମାନେ ୧୨ ଲକ୍ଷ ଟଙ୍କା ପାଇବେ ।