ସହକର୍ମୀଙ୍କ ୧୪ବର୍ଷିୟ ଝିଅକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଆଇପିଏସ ଅଫିସରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ପୁଲିସ

ନୂଆଦିଲ୍ଲୀ: ସହକର୍ମୀଙ୍କ ଝିଅ ସହ ଅଶାଳୀନ ବ୍ୟବହାର କରିବା ଆଇପିଏସ ଅଫିସରଙ୍କୁ ପଡିଲା ମହଙ୍ଗା | ପ୍ରମାଣ ମିଳିବା ପରେ ଏବେ ଚାର୍ଜସିଟ ଦାଖଲ କଲା ପୁଲିସ | ଘଟଣାଟି ୨୦୧୯ରେ ଉତ୍ତରପ୍ରଦେଶରେ ଘଟିଥିବା ବେଳେ ପୀଡ଼ିତାଙ୍କ ମା’ ଜାନୁଆରି ୩,୨୦୨୦ରେ ଏନେଇ ଅଭିଯୋଗ କରିଥିଲେ | ଏବେ ଏହାର ତଦନ୍ତ କରାଯାଇ ଅଭିଯୁକ୍ତ ଆଇପିଏସଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି |

IPS officer charge sheeted for sexually assaulting colleague's daughter in Assam | Hindustan Times
Hindustan Times

ସୂଚନା ମୁତାବକ, ଅଭିଯୁକ୍ତ ଗୌରବ ଉପାଧ୍ୟାୟ ଡିସେମ୍ବର ୨୦୧୯ରେ ନିଜ ପୁଅର ଜନ୍ମଦିନ ପାର୍ଟିକୁ ନିଜ ସହକର୍ମୀ ଏବଂ ତାଙ୍କ ପୁଅ-ଝିଅକୁ ଡାକିଥିଲେ | ପାର୍ଟି ସରିବା ପରେ ଘର ଦେଖାଇବାକୁ କହି ୩ଜଣଙ୍କୁ ନିଜ ଘରକୁ ନେଇଥିଲେ ଅଭିଯୁକ୍ତ ଗୌରବ | ପୀଡ଼ିତାଙ୍କ ମା’ ଶୌଚାଳୟ ଯାଇଥିବା ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କ ଓଠକୁ ଚୁମ୍ବନ ଦେବା ସହ ଅଶାଳୀନ ବ୍ୟବହାର କରିଥିଲେ | ପ୍ରଥମେ ପୀଡିତା କିଛି କହିନଥିଲେ ମଧ୍ୟ ଦ୍ଵିତୀୟ ଥର ସେଭଳି କରିବାରୁ ସେ ନିଜ ମା’ଙ୍କୁ ସବୁ ଜଣାଇଥିଲେ | ସବୁ ଜାଣି ଏହାକୁ ବିରୋଧ କରିବା ସହ ପୀଡ଼ିତାଙ୍କ ମା’ ଜାନୁଆରି ୩, ୨୦୨୦ରେ ଏନେଇ ଅଭିଯୋଗ କରିଥିଲେ | ଏବେ ଅଭିଯୁକ୍ତ ବିରୋଧରେ ସମସ୍ତ ପ୍ରମାଣ ମିଳିବା ପରେ ଚାର୍ଜସିଟ ଦାଖଲ କରିଛି ପୁଲିସ |

ସମ୍ବନ୍ଧିତ ଖବର