ନରଡ଼ା ଷ୍ଟିଙ୍ଗ୍‌ ଅପରେସନ୍‌ ମାମଲା : ଆଇପିଏସ୍‌ ଅଧିକାରୀ ଏସ୍‌ ଏମ୍‌ ଏଚ୍‌ ମିର୍ଜାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ୨୦୧୬ର ଚର୍ଚ୍ଚିିତ ନରଡ଼ା ଷ୍ଟିଙ୍ଗ୍‌ ଅପରେସନ୍‌ ମାମଲାରେ ଆଇପିଏସ୍‌ ଅଧିକାରୀ ଏସ୍‌ ଏମ୍‌ ଏଚ୍‌ ମିର୍ଜାଙ୍କୁ ଆଜି ସିବିଆଇ ଗିରଫ କରିଛି। ନରଡ଼ା ଷ୍ଟିଙ୍ଗ୍‌ ଅପରେସନ୍‌ ମାମଲାରେ ସିବିଆଇ ହାତରେ ଗିରଫ ହେବାରେ ଆଇପିଏସ୍‌ ମିର୍ଜା ହେଉଛନ୍ତି ପ୍ରଥମ ବ୍ୟକ୍ତି। ଉଲ୍ଲେଖଯୋଗ୍ୟ, ୨୦୧୬ରେ ହୋଇଥିବା ନରଡ଼ା ଷ୍ଟିଙ୍ଗ୍‌ ଅପରେସନ୍‌ କାଳରେ ଆଇପିଏସ୍‌ ଅଧିକାରୀ ଏସ୍‌ ଏମ୍‌ ଏଚ୍‌ ମିର୍ଜା ଥିଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଏସ୍‌ପି। ତୃଣମୂଳ କଂଗ୍ରେସର ନେତାଙ୍କ ସମେତ ଅନ୍ୟମାନେ ଉତ୍କୋଚ ଗ୍ରହଣ କରୁଥିବା ସମୟରେ ଏହି ଷ୍ଟିଙ୍ଗ୍‌ ଅପରେସନ୍‌ କରା ଯାଇଥିଲା। ନରଡ଼ା ନ୍ୟୁଜ୍‌ ପୋର୍ଟାଲ ପକ୍ଷରୁ କରା ଯାଇଥିବା ଏହି ଷ୍ଟିଙ୍ଗ୍‌ ଅପରେସନ୍‌ କାଳରେ ତତ୍କାଳୀନ ବର୍ଦ୍ଧମାନ ଜିଲ୍ଲାର ଏସ୍‌ପି ଥିବା ଆଇପିଏସ୍‌ ଅଧିକାରୀ ଏସ୍‌ ଏମ୍‌ ଏଚ୍‌ ମିର୍ଜା ମଧ୍ୟ ଉତ୍କୋଚ ଗ୍ରହଣ କରୁଥିବା କାଳରେ କ୍ୟାମେରା ସମ୍ମୁଖରେ ଧରା ପଡ଼ିଥିଲେ।

Scroll.in

ପରବର୍ତ୍ତୀ ସମସୟରେ ଏହି ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତରେ ନ୍ୟସ୍ତ କରା ଯାଇଥିଲା। ଏହି ମାମଲାର ତଦନ୍ତ କରି ସିବିିଆଇ ଯେତେବେଳେ ଆଇପିଏସ୍‌ ଅଧିକାରୀ ଏସ୍‌ ଏମ୍‌ ଏଚ୍‌ ମିର୍ଜାଙ୍କ ନିକଟରେ ପହଞ୍ଚିଥିଲା, ସେତେବେଳେ ସେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଅର୍ଥ ଗ୍ରହଣ କରୁଥିଲେ ସେ ସଂପର୍କରେ ସିବିଆଇ ଅଧିକାରୀମାନଙ୍କୁ ସ୍ପଷ୍ଟ କରିପାରି ନଥିଲେ। ଫଳରେ, ଉତ୍କୋଚ ଗ୍ରହଣ ଅଭିଯୋଗରେ ସିବିଆଇ ଆଜି ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି। ଏଥିସହ ଗିରଫ ଆଇପିଏସ୍‌ ଅଧିକାରୀ ଏସ୍‌ ଏମ୍‌ ଏଚ୍‌ ମିର୍ଜାଙ୍କୁ ଆଜି ସନ୍ଧ୍ୟାରେ କୋଲକତାର ସିବିଆଇ ଅଦାଲତରେ ହାଜର କରାଇ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିବ ବୋଲି ମଧ୍ୟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର