ଫରିଦାବାଦ୍‌ରେ ଆଇପିଏସ୍‌ ଅଫିସରଙ୍କ ଆତ୍ମହତ୍ୟା

ଫରିଦାବାଦ୍‌ : ଫରିଦାବାଦ୍‌ର ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଡିସିପି ବିକ୍ରମ କପୁର ଆଜି ତାଙ୍କ ବାସଭବନରେ ନିଜ ସର୍ଭିସ୍‌ ରାଇଫଲ୍‌ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଫରିଦାବାଦ୍‌ ସ୍ଥିତ ସେକ୍ଟର ୩୦ରେ ଥିବା ନିଜ ବାସଭବନରେ ବିକ୍ରମ ଆଜି ଭୋର୍‌ ସମୟରେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଗୁଳି ଶବ୍ଦ ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ବିକ୍ରମଙ୍କ ରୁମ୍‌ରେ ପହଞ୍ଚି ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିଥିଳେ। ତାଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ଦୁଇ ଜଣ ପୁଲିସ ଅଧିକାରୀ ତଥା ଏସ୍‌ଏଚଓ (ଷ୍ଟେସନ୍‌ ହାଉସ୍‌ ଅଫିସର) ଭୁପାନି ଅବଦୁଲ ସାହିଦ ଏବଂ ଅନ୍ୟ ଜଣେ ସହଯୋଗୀ ତାଙ୍କୁ ବ୍ଲାକ୍‌ମେଲ କରୁଥିବା ଏହି ନୋଟ୍‌ରେ ଉଲ୍ଲେଖ ରହିଛି। ଉଭୟ ପୁଲିସ କର୍ମଚାରୀ ଡିସିପିଙ୍କୁ କୌଣସି କାରଣ ପାଇଁ ଦୀର୍ଘ ଦିନ ଧରି ବ୍ଲାକମେଲ୍‌ କରୁଥିଲେ ବୋଲି ଜଣାପଡ଼ିଛି। ବିକ୍ରମଙ୍କ ପରିବାର ସଦସ୍ୟ ମଧ୍ୟ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ଆତ୍ମହତ୍ୟା ଘଟଣାରେ ତଦନ୍ତ ଆରମ୍ଭ କରିଛି। ୨ ପୁଲିସ କର୍ମଚାରୀଙ୍କୁ ‌ଜେରା ଆରମ୍ଭ ହୋଇଛି । ବିକ୍ରମ କପୁରଙ୍କର ପତ୍ନୀ ଏବଂ ୨ ପୁ୍ଅ ଅଛନ୍ତି। ଜଣେ ପୁଅଙ୍କ ଅଭି‌‌ଯୋଗକ୍ରମେ ପୁଲିସ ଏନେଇ ମାମଲା ରୁଜୁ କରିଛି। ବିକ୍ରମ କପୁର ଫରିଦାବାଦ୍‌ ନ୍ୟୁ ଇଣ୍ଡଷ୍ଟ୍ରିଆଲ୍‌ ଟାଉନ୍‌ରେ ଡିସିପି ଥିଲେ।

ସମ୍ବନ୍ଧିତ ଖବର