ବଡ଼ଭାଇ ଆଇପିଏସ ଅଫିସର, ସାନଭାଇ ଆତଙ୍କବାଦୀ, ସେନା ଗୁଳିରେ ମଲା

ନୂଆଦିଲ୍ଲୀ : ବଡ଼ ଭାଇ ଆଇପିଏସ ଅଫିସର । ପୁଲିସର ଜଣେ ବରିଷ୍ଠ ଅଧିକାରୀ । ସାନଭାଇ କିନ୍ତୁ ଜଣେ କୁଖ୍ୟାତ ଆତଙ୍କବାଦୀ । ବଡ଼ଭାଇ ଆନଇନର ରକ୍ଷକ ହୋଇଥିବାବେଳେ ସାନଭାଇ ଦେଶବିରୋଧରେ ଯୁଦ୍ଧ ଲଢୁଥିଲା । ସେହି ସାନଭାଇକୁ ଆଜି ଭାରତୀୟ ସେନା ମାରି ଦେଇଛି ।

ଜାମ୍ମୁ ଓ କାଶ୍ମୀର ପୁଲିସ ସୁତ୍ରରୁ ପ୍ରକାଶ ଯେ ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଏକ ଅପରେସନରେ ୩ ଜଣ ଆତଙ୍କବାଦୀଙ୍କୁ ମାରିଦିଆଯାଇଛି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ସୋପିଆନ ଜିଲ୍ଲା ଦ୍ରାଗୁଡ ଗ୍ରାମର ସାମସୁଲ ହକ ମେଙ୍ଗନୁ ରହିଛି । ସେ ହେଉଛନ୍ତି ୨୦୧୨ ବ୍ୟାଚ ଆଇପିଏସ ଅଫିସର ଇନାମୁଲ ହକ ମେଙ୍ଗନୁଙ୍କ ସାନ ଭାଇ । ଇନାମୁଲ ହକ ଏବେ ଉତ୍ତର-ପୂର୍ବାଞ୍ଚଳରେ କାର୍ଯ୍ୟରତ ଅଛନ୍ତି । ମୃତ ଆତଙ୍କହାଦୀ ସାମସୁଲ ଶ୍ରୀନଗର କଲେଜରେ ୟୁନାନି ଚିକିତ୍ସାରେ ଶିକ୍ଷାଲାଭ କରୁଥିଲା । କିନ୍ତୁ ସେ କିଛି ମାସ ହେଲା ଆତଙ୍କବାଦୀ ସଂଗଠନରେ ମିଶିଥିଲା । ମୃତ ୩ ଜଣ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସମ୍ବନ୍ଧିତ ଖବର