ହରିୟାଣା: ହରିୟାଣାର ପୁଲିସ ଆଇଜି ପୁରନ କୁମାର ନିକଟରେ ଚଣ୍ଡିଗଡ଼ର ସେକ୍ଟର ୧୧ସ୍ଥିତ ତାଙ୍କ ସରକାରୀ ବାସଭବନରେ ଜୀବନ ହାରି ଦେଇଛନ୍ତି। ହରିୟାଣା ଆଇଜି କାହିଁକି ଜୀବନ ହାରି ଦେଲେ? ଏହି ପ୍ରଶ୍ନ ଏବେ ଏକ ରହସ୍ୟ ହୋଇ ରହିଛି । ସେ ଚାପରେ ଥିଲେ ନା କୌଣସି କାରଣରୁ ଭୟଭୀତ ଥିଲେ? ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଜୀବନ ହାରିବା ଘଟଣାର ତଦନ୍ତ ଯେତେ ଆଗକୁ ବଢ଼ୁଛି ମାମଲାରେ ସେତେ ନୂଆ ମୋଡ଼ ସାମ୍ନାକୁ ଆସୁଛି ।
ପୁଲିସ ପୁରନ କୁମାରଙ୍କ ଘରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି। ଉକ୍ତ ସୁଇସାଇଡ ନୋଟରେ ସେ ବର୍ଷ ବର୍ଷ ଧରି ନିର୍ଯାତନା, ଜାତିଗତ ଭେଦଭାବ ଏବଂ ଅପମାନର ସମ୍ମୁଖୀନ ହୋଇଥିବା କଥା ବର୍ଣ୍ଣନା କରିଛନ୍ତି। ଏଥିସହିତ କିଛି ଅଧିକାରୀଙ୍କ ନାମ ଉଲ୍ଲେଖ କରିଛନ୍ତି।
ସେମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ଅନୁରାଗ ରସ୍ତୋଗୀ, ଡିଜିପି ଶତ୍ରୁଜିତ କପୁର, ପୂର୍ବତନ ମୁଖ୍ୟ ସଚିବ ଟି.ଭି.ଏସ.ଏନ. ପ୍ରସାଦ, ପୂର୍ବତନ ଏସିଏସ୍ (ଗୃହ) ରାଜୀବ ଆରୋରା, ପୂର୍ବତନ ଡିଜିପି ମନୋଜ ଯାଦବ ଏବଂ ପି.କେ. ଅଗ୍ରୱାଲ ଅନ୍ତର୍ଭୁକ୍ତ ଅଛନ୍ତି।
ଏଥିସହିତ ପୁରନ ତାଙ୍କ ଚିଠିର ଶେଷପୃଷ୍ଠାରେ ତାଙ୍କର ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ତାଙ୍କ ପତ୍ନୀ ତଥା ଆଇଏଏସ ଅଧିକାରୀ ଅମନୀତ ପି. କୁମାରଙ୍କୁ ଦାନ କରିଥିବା ଉଲ୍ଲେଖ କରିଛନ୍ତି।
ପୁରନ କୁମାରଙ୍କ ମୃତ୍ୟୁକୁ ୪ଦିନ ବିତି ଯାଇଥିଲେ ସୁଦ୍ଧା ଆଇପିଏସ ଅଧିକାରୀଙ୍କ ପରିବାରଲୋକ ତାଙ୍କ ବ୍ୟବଚ୍ଛେଦ ପାଇଁ ରାଜି ନାହାନ୍ତି। ଏ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୁରନଙ୍କ ପତ୍ନୀ ଅମନୀତ ପି. କୁମାର ଓ ତାଙ୍କ ପରିବାରବର୍ଗ ଦାବି କରିଛନ୍ତି କି, ‘ଯେ ପର୍ଯ୍ୟନ୍ତ ଦୋଷୀଙ୍କୁ ଗିରଫ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ପୁରନଙ୍କ ଶବବ୍ୟବଚ୍ଛେଦ କି ଅନ୍ତିମ ସଂସ୍କାର ହେବନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/10/untitled-16h-4-2025-10-10-15-34-27.jpg)