ଢାକା : ବାଂଲାଦେଶରେ ଚାଲିଥିବା ହିନ୍ଦୁ ବିରୋଧୀ ହିଂସା ପଛରେ ଏକ ସାଂଘତିକ ଷଡ଼ଯନ୍ତ୍ର ଥିବା ସଂଦେହ କରାଯାଉଛି । କମିଲାର ଏକ ପୂଜା ମଣ୍ଡପରେ ପବିତ୍ର କୋରାନକୁ ରଖିଥିବା ଲୋକକୁ ଚିହ୍ନଟ କରାଯାଇଥିବା ପୁଲିସ ସୂଚନା ଦେଇଛି । ସଂପୃକ୍ତ ବ୍ୟକ୍ତିର ନାଁ ଇକବାଲ ବୋଲି ଜଣାପଡ଼ିଛି । ମାତ୍ର ସେ ଏବେ ଫେରାର ଅଛି ।
ବାଂଲାଦେଶର ଗୃହମନ୍ତ୍ରୀ ଆସାଦୁଜମାନ ଖାଁ କହିଛନ୍ତି ଯେ ସେ ନିଜେ ଏପରି କାଣ୍ଡ ଘଟାଇଥିଲା କି ତା ପଛରେ ଏକ ବଡ଼ ଗୋଷ୍ଠୀ ଅଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତାକୁ ଧରିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ । ପୁଲିସ ଟିମ ସିସିଟିଭି ଭିଡିଓ ଦେଖି ଜାଣିଥିଲା ଯେ ସପ୍ତମୀର ବିଳମ୍ବିତ ରାତିରେ ଇକବାଲ ପୂଜାମଣ୍ଡପରେ ପ୍ରବେଶ କରି ଧର୍ମପୁସ୍ତକ ରଖିଦେଇଥିଲା ।
ସକାଳେ ଏହା ଜଣାପଡ଼ିବା ପରେ ଲୋକମାନେ ଉତ୍ୟକ୍ତ ହୋଇ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲେ ଓ ପୂଜା ପେଣ୍ଡାଲ ଓ ମନ୍ଦିର ଭାଙ୍ଗିଦେଇଥିଲେ । ବାଂଲାଦେଶରେ ଚାଲିଥିବା ହିନ୍ଦୁ ବିରୋଧୀ ହିଂସାକୁ ନେଇ ଭାରତ ସମେତ ସାରା ବିଶ୍ବରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ହିଂସା ରୋକିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ବାଂଲାଦେଶ ସରକାରଙ୍କ ଉପରେ ସାରା ବିଶ୍ବରୁ ଚାପ ପଡ଼ୁଛି । ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/riot.jpg)