ଆମେରିକାର ୧୭ ଗୁଇନ୍ଦାଙ୍କୁ ଗିରଫ କଲା ଇରାନ୍‌, ମୃତ୍ୟୁଦଣ୍ଡ ଘୋଷଣା

ଦୁବାଇ: ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏର ୧୭ ଜଣ ଗୁପ୍ତଚରଙ୍କୁ ଇରାନ୍‌ ଗିରଫ କରିବା ସହ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିବା ଦାବି କରିଛି। ଏ ସଂକ୍ରାନ୍ତରେ ଇରାନ୍‌ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଇରାନ୍‌ର ଗୁଇନ୍ଦା ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ ଏହା ବର୍ଷକ ମଧ୍ୟରେ ୧୭ ଜଣ ସିଆଇଏ ଗୁପ୍ତଚରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଗୁପ୍ତଚରମାନେ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ବିଭାଗରେ କର୍ମଚାରୀଭାବେ ନିଯୁକ୍ତ ଥିଲେ।

ସମ୍ବନ୍ଧିତ ଖବର