ଦୋହା : ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ଆମେରିକୀୟ ଆକ୍ରମଣ ଜବାବରେ ଇରାନ କତର ଓ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । କତରରେ ଥିବା ଆମେରିକାର ଅଲ ଉଡେଡ୍ ଏୟାରବେସ ଉପରେ ଆକ୍ରମଣ ହୋଇଛି । ଏହା ଫଳରେ ଆମେରିକା ସମେତ ସମଗ୍ର ନାଟୋ ଦେଶ ଇରାନ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି । ଏପରି ହେଲେ ଯୁଦ୍ଧର ପରିସର ଆହୁରି ବିଶାଳ ହେବାର ଭୟ ବଢିଯାଇଛି।
ରବିବାର ଦିନ ଆମେରିକା ଆକ୍ରମଣ ପରେ ଇରାନ ଜବାବ ଦେବାକୁ ଚେତାବନୀ ଦେଇଥିଲା। ରିପୋର୍ଟ ଅନୁଯାୟୀ ଦୋହାରେ ବିସ୍ଫୋରଣ ହୋଇଛି। ଏହା ପୂର୍ବରୁ କତରର ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ ସେ ଏହାର ନାଗରିକ, ବାସିନ୍ଦା ଏବଂ ପରିଦର୍ଶକଙ୍କ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଏହାର ଆକାଶ ସୀମାରେ ବିମାନ ଚଳାଚଳକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ଇରାନ ୧୦ଟି କ୍ଷେପଣାସ୍ତ୍ର ଦ୍ୱାରା ଆମେରିକୀୟ ଘାଟିକୁ ଟାର୍ଗେଟ କରିଛି। ଏହା ଇରାନର ସରକାରୀ ଟିଭି ଦ୍ୱାରା ମଧ୍ୟ ନିଶ୍ଚିତ କରାଯାଇଛି।
ସେପଟେ ପରିସ୍ଥିତି ଉପରେ ଆମେରିକା ନଜର ରଖିଛି । ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯୁଗ୍ମ ମୁଖ୍ୟ ଅଧ୍ୟକ୍ଷ ଜେନେରାଲ କେନ୍ ଏବଂ ସଚିବ ହେଗସେଥ୍ ବର୍ତ୍ତମାନ ଇରାନର ପ୍ରତିଶୋଧ ଉପରେ ନଜର ରଖିବା ପାଇଁ ସିଚୁଏସନ ରୁମରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସେଠାରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/23/iran-1-2025-06-23-22-48-03.jpg)