ଦୁବାଇ/ ବେରୁତ: ହିଜବୁଲ୍ଲା ମୁଖ୍ୟ ସୟଦ ହାସନ ନସରଲ୍ଲାହଙ୍କ ମୃତ୍ୟୁକୁ ହେଜବୁଲ୍ଲା ଓ ଲେବାନନ ପକ୍ଷରୁ ବି ସ୍ବୀକାର କରାଯାଇଛି। ହେଜବୁଲ୍ଲା ଏକ ବିବୃତ୍ତିରେ କହିଛି ଯେ ଏହାର ନେତା ନସରଲ୍ଲାଙ୍କୁ ହତ୍ୟା କରାଯାଇଛି। ଗାଜା, ପାଲେଷ୍ଟାଇନ୍ ସମର୍ଥନରେ ଏବଂ ଲେବାନନ୍ ଏବଂ ଏହାର ସମ୍ମାନଜନକ ଲୋକଙ୍କ ସୁରକ୍ଷା ପାଇଁ ଇସ୍ରାଏଲ ବିରୋଧରେ ଲଢ଼େଇ ଜାରି ରଖିବ ବୋଲି ମଧ୍ୟ ଘୋଷଣା କରିଛି। ହାସନ ନସରଲ୍ଲାର ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖୋମିନେଇ ମୁସଲମାନମାନଙ୍କୁ ଏକଜୁଟ ହୋଇ ଇସ୍ରାଏଲ ବିରୋଧରେ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି।
ହାସନ ନସରଲ୍ଲାଙ୍କ ମୃତ୍ୟୁ ପରେ ସମସ୍ତ ମୁସଲମାନଙ୍କୁ ଏକଜୁଟ ହୋଇ ଲଢ଼ିବାକୁ ଇରାନର ସର୍ବୋଚ୍ଚ ନେତା ଆହ୍ୱାନ ଦେଇଛନ୍ତି। ଏହା ପୂର୍ବରୁ ତାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ହସନ ନସରଲ୍ଲାଙ୍କ ମୃତ୍ୟୁ ଅନ୍ୟ ମୁସଲମାନ ଦେଶମାନଙ୍କୁ ମଧ୍ୟ ଉତ୍ସାହିତ କରିଛି। ମୁସଲମାନମାନଙ୍କୁ ଏକାଠି ହୋଇ ଇସ୍ରାଏଲ ସହ ଯୁଦ୍ଧ ଲଢ଼ିବା ପାଇଁ ଖାମେନିଙ୍କ ଆହ୍ୱାନ ପରେ ଏବେ ମଧ୍ୟପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର ସମ୍ଭାବନା ବଢିଯାଇଛି ।
ଏହା ପୂର୍ବରୁ ଇସ୍ରାଏଲ ସେନା ଆଜି ଦାବି କରିଛି ଯେ ଦିନକ ପୂର୍ବରୁ ବୈରୁତର ଦକ୍ଷିଣ ଉପକଣ୍ଠରେ ହୋଇଥିବା ଏୟାର ଷ୍ଟ୍ରାଇକରେ ନସରଲ୍ଲାଙ୍କୁ ହତ୍ୟା କରାଯାଇଥିଲା। ଇସ୍ରାଏଲ ସହ ଦଶନ୍ଧି ଧରି ଚାଲିଥିବା ସଂଘର୍ଷରେ ହେଜବୁଲ୍ଲାର ନେତୃତ୍ୱ ନେଇଥିଲେ ନସରଲ୍ଲା । ଏହା ସହିତ ସେ ସେହି ଅଞ୍ଚଳରେ ଏକ ପ୍ରଭାବଶାଳୀ ସାମରିକ ବାହିନୀ ଗଠନ କରି ସେଠାକାର ଲୋକଙ୍କ ଯତ୍ନ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/Y4BZDzqDGlFuxnEN68yK.jpeg)