ନ୍ୟୁୟର୍କ : ଆମେରିକାର ଏକ  ଡ୍ରୋନ ମଧ୍ୟପ୍ରାଚ୍ୟର ପାରସ୍ୟ ଉପସାଗର ଉପରେ ଉଡୁଥିବାବେଳେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର ଯବାନମାନେ ତାହାକୁ ନିଜ କବଜାକୁ ନେଇଯାଇଥିଲେ । ପରେ ଦୁଇ ଦେଶ ମଧ୍ୟ ଗୋପନା ଆଲୋଚନା ପରେ ଇରାନ ଏହି ଡ୍ରୋନକୁ ଛାଡ଼ି ଦେଇଥିଲା ।

Advertisment

ମଧ୍ୟପ୍ରାଚ୍ୟରେ ଅବସ୍ଥାପିତ ଆମେରିକା ନୌସେନାର ୫ମ ଭେଳାର କମାଣ୍ଡର ତିମୋତି ହକିନ୍ସଙ୍କ ସୂଚନା ଅନୁସାରେ ସେଲଡ୍ରୋନ ଏକ୍ସପ୍ଲୋରର ଡ୍ରୋନ ପାରସ୍ୟ ଉପସାଗରରେ ଉଡ଼ୁଥିବାବେଳେ ଇରାନର ଏକ ଜାହାଜରେ ମୁତୟନ ଥିବା ରିଭୋଲ୍ୟୁସନାରୀ ଗାର୍ଡର ଯବାନମାନେ ତାହାକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ ।

ପରେ ହକିନ୍ସ ଇରାନର ସାମରିକ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଇରାନ ଏହାକୁ ଛାଡ଼ିଦେଇଥିଲା । ଏ ଘଟଣା ସଂପର୍କରେ ଆମେରିକା ନୌସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ତେବେ ଇରାନ ପକ୍ଷରୁ ଏହି ଘଟଣା ସଂପର୍କରେ କୌଣସି ଘୋଷଣା କରାଯାଇନାହିଁ ।

ଆଣବିକ ଚୁକ୍ତି ବାତିଲ ହେବା ପରେ ଇରାନ ଓ ଆମେରିକା ମଧ୍ୟରେ ଗତ କିଛି ବର୍ଷ ହେଲା ତିକ୍ତ ସଂପର୍କ ଜାରି ରହିଛି । ଏ ପରିପ୍ରେକ୍ଷୀରେ ଏହି ଘଟଣା ସ୍ଥିତିକୁ ଆହୁରି ଖରାପ କରିବାର ସମ୍ଭାବନା ଥିଲା ।

ଅନ୍ୟପକ୍ଷରେ ରୁଷକୁ ଇରାନ ଡ୍ରୋନ ଯୋଗାଉଥିବାରୁ ଆମେରିକା ତାହାକୁ ନେଇ ଆମେରିକା ଇରାନ ଉପରେ କ୍ରୁଦ୍ଧ ହୋଇଛି ।