ଇରାନ୍‌ ସେଲିବ୍ରିଟି ସୁଲେମାନୀ ଥିଲେ ଇନଷ୍ଟାଗ୍ରାମ୍‌ ଷ୍ଟାର

ନୂଆଦିଲ୍ଳୀ: ଇରାନ୍‌ ‌ମିଲିଟାରି କମାଣ୍ଡର କ୍ବାସିମ ସୁଲେମାନୀ ଇରାନ୍‌ରେ ଜଣେ ଲୋକପ୍ରୀୟ ବ୍ୟକ୍ତିତ୍ବ ଥିଲେ। ମଧ୍ୟ ପ୍ରାଚ୍ୟରେ ତାଙ୍କ ଦେଶର ପ୍ରଭାବ ବିସ୍ତାର କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବ‌ାହ କରିଥିଲେ। ଦୀର୍ଘ ଦୁଇ ଦଶନ୍ଧି ଧରି ସୁଲେମାନୀ ଇରାନ୍‌ରେ କ୍ଷମତାର କେନ୍ଦ୍ରସ୍ଥଳରେ ଥିଲେ। ନିଜ କାର୍ଯ୍ୟ ଦ୍ବାରା ସୁଲେମାନୀ ଇରାନ୍‌ରେ ଜଣେ ସେଲିବ୍ରିଟି ବନିଥିଲେ। ଇନଷ୍ଟାଗ୍ରାମ୍‌ରେ ସେ ଷ୍ଟାର୍‌ ପାଲଟିଯାଇଥିଲେ। ତାଙ୍କର ବହୁ ସଂଖ୍ୟାରେ ଅନୁଗାମୀ ଥିଲେ। ଇରାନ୍‌ର ସର୍ବୋଚ୍ଚ ନେତାଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ସୁଲେମାନୀ। କୁଦ୍‌ସ ବାହିନୀ ମୁଖ୍ୟ ସୁଲେମାନୀ ପ୍ରଚାର କୌଶଳକୁ ଏକ ରଣନୀତି ଭାବେ ଗ୍ରହଣ କରିଥିଲେ। ଯୁଦ୍ଧକ୍ଷେତ୍ରରୁ ସେଲ୍‌ଫି ପୋଷ୍ଟ୍‌ କରି ସୁଲେମାନୀ ଝଡ଼ ସୃଷ୍ଟି କରୁଥିଲେ। ପଶ୍ଚିମ ଇସ୍ରାଏଲ ଏବଂ ଆରବର କେତେକ ସଂଗଠନ ଦ୍ବାରା ହୋଇଥିବା ଅନେକ ହତ୍ୟା ଉଦ୍ୟମରୁ ସେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର