ନୂଆଦିଲ୍ଲୀ: ଇରାନୀୟ ଆକାଶସୀମାକୁ ଅନୁପ୍ରବେଶ କରିଥିବା ଗୋଟାଏ ଆମେରିକୀୟ ‘ସ୍ପାଏ ଡ୍ରୋନ୍’କୁ ନିଜ ଅଞ୍ଚଳ ମଧ୍ୟରେ ଇରାନ୍ ଗୁଳି ମାରି ଖସାଇଦେଇଛି ବୋଲି ଗୁରୁବାର ଦିନ ତା’ର ରିଭୋଲ୍ୟୁସନେରି ଗାର୍ଡ କହିଛି।
ଖବର ଅନୁସାରେ, ଇରାନ୍ର ଦକ୍ଷିଣ ଉପକୂଳୀୟ ରାଜ୍ୟ ହୋର୍ମୋଜ୍ଗାନ୍ ଠାରେ ଇରାନୀୟ ବାୟୁସେନା ଯୁକ୍ତରାଷ୍ଟ୍ର ଆମେରିକା ନିର୍ମିତ ଗୋଟାଏ ଗ୍ଲୋବାଲ୍ ହକ୍ ସର୍ଭିଲେନ୍ସ୍ ଡ୍ରୋନ୍କୁ ଖସାଇ ଦେଇଛି। ଏହା ‘ଆର୍କ୍ୟୁ-୪ ଗ୍ଲୋବାଲ୍ ହକ୍’ ବୋଲି ଇରାନ ଚିହ୍ନଟ କରିଛି।
/sambad/media/post_attachments/wp-content/uploads/2019/06/gh-300x169.jpg)
କିନ୍ତୁ ଇରାନ୍ର ଏପରି ଦାବିକୁ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରାହ୍ୟ କରି ଦେଇଛି। ବୁଧବାର ମଧ୍ୟରାତ୍ରୀର ଠିକ୍ ପୂର୍ବରୁ ୟୁଏସ୍ ମିଲ୍ଟାରର ସେଣ୍ଟ୍ରାଲ୍ କମାଣ୍ଡ୍ର ମୁଖପାତ୍ର ନେଭି କ୍ୟାପ୍ଟେନ୍ ବିଲ୍ ଅର୍ବାନ୍ କହିଛନ୍ତି, ଆଜି ଇରାନୀୟ ଆକାଶସୀମାରେ ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ବିମାନ ଚଳାଚଳ କରି ନାହିଁ।
ତୁଟିଯାଉଥିବା ଆଣବିକ ରାଜିନାମା କଥାରେ ତେହେରାନ୍ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଥିବା ବେଳେ ଗୁଳିମାରି ଡ୍ରୋନ୍ ଖସାଯିବା ଖବର ଆସିଛି।
ଆର୍କ୍ୟୁ-୪ ଗ୍ଲୋବାଲ୍ ହକ୍ ହେଉଛି ମାନବରହିତ ବିମାନ ଯାହା ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅତି ଉଚ୍ଚରେ ଉଡ଼ି ପାରିବ। ସବୁ ପାଗରେ ଏଥିରେ ଭୂଭାଗର ଅତି ସ୍ପଷ୍ଟ ଚିତ୍ର ଉତ୍ତୋଳନ କରାଯାଇପାରିବ ବୋଲି ଏହାର ନିର୍ମାତା ନର୍ଥରୋପ୍ ଗ୍ରୁନ୍ମ୍ୟାନ୍ ତାହର େଓ୍ଵବ୍ସାଇଟ୍ରେ କହିଛି।