ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ବାଲୋଚ୍ ଆତଙ୍କବାଦୀଙ୍କଦ୍ୱାରା ଅଟକ ସୀମାନ୍ତ ପ୍ରହରୀଙ୍କୁ ମୁକ୍ତକଲା ଇରାନ୍
ନୂଆଦିଲ୍ଲୀ: ଏ ସପ୍ତାହରେ ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଇରାନ୍ ସେଠାରେ ବନ୍ଦୀ ଥିବା ତା’ର ଲୋକମାନଙ୍କୁ ଉଦ୍ଧାର କରିଛି।
ଏକ ବିବୃତିରେ ଇରାନ୍ ସେନା କହିଛି, ‘ଇରାନ୍ସ୍ ଇଲାଇଟ୍ ରିଭୋଲ୍ୟୁସନେରି ଗାର୍ଡସ୍’ (ଆଇଆର୍ଜିସି) ପାକିସ୍ତାନରେ ଗୁଇନ୍ଦା ଅଭିଯାନ ଚଳାଇ ତା’ର ଦୁଇଜଣ ସୈନିକଙ୍କୁ ମୁକ୍ତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦକ୍ଷିଣ ଇରାନ୍ରେ ଅବସ୍ଥିତ ‘ଆଇଆର୍ଜିସି’ର ‘ଗ୍ରାଉଣ୍ଡ୍ ଫୋର୍ସ’ର କୁଦ୍ସ୍ ଘାଟି ଏକ ବିବୃତିରେ କହିଛି ଯେ, ମଙ୍ଗଳବାର ରାତିରେ ଏକ ସଫଳ ଗୁଇନ୍ଦା ଅଭିଯାନଦ୍ୱାରା ତା’ର ଦୁଇଜଣ ସୀମାନ୍ତ ପ୍ରହରୀ ମୁକ୍ତ ହୋଇଛନ୍ତି।
ବିବୃତିରେ ଉଲ୍ଲେଖ ଅଛି, ଅଢ଼େଇ ବର୍ଷ ତଳେ ‘ଜୈସ୍ ଉଲ୍-ଅଦଲ’ ସଂଗଠନଦ୍ୱରା ଅପହୃତ ହୋଇ ପଣବନ୍ଦୀ ଥିବା ଦୁଇଜଣ ସୀମାନ୍ତ ପ୍ରହରୀଙ୍କୁ ମଙ୍ଗଳବାର ରାତିରେ ହୋଇଥିବା ସଫଳ ଅଭିଯାନରେ ଉଦ୍ଧାର କରାଯାଇଛି। ଏବଂ ସେ ଦୁଇ ସୈନିକଙ୍କୁ ଇରାନ୍ ପଠାଇ ଦିଆଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଅପହୃତ ‘ଆଇଆର୍ଜିସି’ ସୈନିକମାନଙ୍କୁ ମୁକ୍ତ କରିବା ଲାଗି ତେହେରାନ୍ ଓ ଇସ୍ଲାମାବାଦ ଏକ ମିଳିତ କମିଟି ଗଠନ କରିଥିଲେ।
ପ୍ରାୟ ୧୨ଜଣ ଇରାନୀୟ ପ୍ରହରୀଙ୍କୁ ୨୦୧୮ ଅକ୍ଟୋବର ୧୬ ତାରିଖରେ ଅପହରଣ କରାଯାଇଥିଲା। ଗତବର୍ଷ ନଭେମ୍ବର ମାସରେ ପାଞ୍ଚଜଣ ଅପହୃତ ପ୍ରହରୀଙ୍କୁ ଉଦ୍ଧାର କରିଥିଲେ।