ଇରାନ: ଇରାନୀ ଗଣମାଧ୍ୟମ ଇସ୍ରାଏଲୀ ଆକ୍ରମଣକୁ ନିଶ୍ଚିତ କରିଛି। ରିପୋର୍ଟ ଅନୁଯାୟୀ ପୂର୍ବ ଇରାନର ଉତ୍ତର ସୟଦ ଖାନଦାନ ଅଞ୍ଚଳରେ ବିସ୍ଫୋରଣ ଘଟିଛି। ଇରାନର ୟୁନିଭରସିଟି ଷ୍ଟ୍ରିଟ୍, ଜୌମହୁରୀ ଏବଂ ତେହେରାନର ମେହରବାଦ ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ‌ସେଠାରେ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ଆକାଶକୁ କଳା ଧୂଆଁର କୁଣ୍ଡୁଳି ଉଠିଥିବା ଦେଖାଯାଉଛି।

Advertisment

ଇରାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଇରାନର ୩୯ଟି ସ୍ଥାନରେ ଆକ୍ରମଣ କରିଛି। ଇରାନୀ ମନ୍ତ୍ରୀମାନଙ୍କ ଘର ମଧ୍ୟ ଟାର୍ଗେଟ କରାଯାଇଛି। ଇରାନର ଗୁପ୍ତଚର ସଂସ୍ଥାର ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଇରାନୀ ସରକାର ମଧ୍ୟ ଏହାର ଆକାଶପଥ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି।ଆମେରିକା ମଧ୍ୟ ନିଜର ନାଗରିକମାନଙ୍କୁ ସତର୍କ କରାଇ ଏକ ପରାମର୍ଶବଳୀ ଜାରି କରିଛି, ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ନିଜର ଦୂତାବାସଗୁଡ଼ିକୁ ବନ୍ଦ କରି ଦେଇଛି। କୂଟନୀତିଜ୍ଞ ସ କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିର୍ଦ୍ଦେଶ ଦେଇଛି।