ଇରାନରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଲା

ତେହେରାନ : ପଶ୍ଚିମ ଏସୀୟ ଦେଶ ତେହେରାନରେ କରୋନା ଭାଇରସଜନିତ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଗୁରୁବାରଦିନ ଏହା ୧୦୭କୁ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ , ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୩୫୧୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୯୧ଟି ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି ବୋଲି ଇରାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର କିଆନୁସ୍‌ ଜାହାନପୁର କହିଛନ୍ତି । କରୋନା ସଂକ୍ରମଣ କାରଣରୁ ଇରାନ ସରକାର ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜକୁ ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷରେ ଇରାନରେ ଥିବା ଭାରତୀୟମାନଙ୍କ ପରୀକ୍ଷା କରିବା ପାଇଁ ଭାରତ ସରକାର ତେହେରାନରେ ଏକ ପରୀକ୍ଷା ଲ୍ୟାବ୍‌ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତକାଲି ଇରାନର ବିଚାରବିଭାଗ ଦେଶର ବିଭିନ୍ନ ଜେଲରେ ବନ୍ଦୀ ଥିବା ୫୪ ହଜାର ଲୋକଙ୍କୁ ପ୍ୟାରୋଲ ଦେଇ ସାମୟିକଭାବେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଜେଲରେ ସଂକ୍ରମଣ ରୋକିବାକୁ ଏହା କରାଯାଇଥିଲା । ସେମାନଙ୍କୁ ମୁକ୍ତ କରିବା ପୂର୍ବରୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରେ ସେମାନେ ସଂକ୍ରମିତ ହୋଇନଥିବା ଜଣାପଡ଼ିଛି । କରୋନା ଭାଇରସ ସ୍ଥିତିରେ ଉନ୍ନତି ଆସିବା ପରେ ସେମାନଙ୍କୁ ପୁଣି ଜେଲକୁ ଫେରିବାକୁ ହେବ ।

ସମ୍ବନ୍ଧିତ ଖବର