ତେହେରାନ: ଶତ୍ରୁରାଷ୍ଟ୍ର ଇସ୍ରାଏଲ ଇରାନର ମେଘ ଓ ବର୍ଷାକୁ ଚୋରି କରି ନେଉଛିି ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ପୁଣି ଜଣେ ସାଧାରଣ ଲୋକ କରି ନାହାଁନ୍ତି। ଅଭିଯୋଗ ଆସିଛି ଇରାନର ସିଭିଲ ଡିଫେନ୍ସ ମୁଖ୍ୟ ବ୍ରିଗେଡୟର ଜେନରାଲ ଗୁଲାମ ରେଜା ଜଲାଲିଙ୍କ ଠାରୁ। ବ୍ରିଗେଡିୟର ଜଲାଲି ଏକ ପ୍ରେସ କନଫରେନ୍ସ ଜରିଆରେ ଅଭିଯୋଗ କରିଛନ୍ତି ଯେ ତାଙ୍କଦେଶର କେତେକ ଶତ୍ରୁ ରାଷ୍ଟ୍ର ପାଣିପାଗକୁ ପ୍ରଭାବିତ କରି ଇରାନରେ ଯେପରି ବର୍ଷା ନ ହୁଏ ସେଥିପାଇଁ ଷଡଯନ୍ତ୍ର କରିଛନ୍ତି। ତେଣୁ ଇରାନ ଆକାଶରୁ ବର୍ଷା ଥିିବା ମେଘକୁ ଚୋରି କରି ନିଆଯାଉଛି ବୋଲି ବ୍ରିଗେଡିୟର ଜଲାଲୀ କହିଛନ୍ତି। ଇରାନର ଜଳବାୟୁ ପରିବର୍ତ୍ତନ ଏପରି ସନ୍ଦେହ ପାଇଁ ଖୋରାକ ଯୋଗାଇଛି ବୋଲି ବ୍ରିଗେଡିୟର ଜଲାଲି ଅଭିଯୋଗ କରିବା ସହିତ ଏହା ପଛରେ ବିଦେଶୀ ଶକ୍ତିଙ୍କର ହାତ ଥିବା କହିଛନ୍ତି। ଆଫଗାନିସ୍ତାନ ଠାରୁ ମେଡିଟେରିଆନ ଯାଏ ବରଫ ପଡ଼ୁଛି କେବଳ ଇରାନରେ ନାହିଁ, ଏହାର ଅର୍ଥ କଣ ହୋଇପାରେ ବୋଲିି ବ୍ରିଗେଡିୟର ଜଲାଲି ପ୍ରଶ୍ନ କରିଛନ୍ତି। ବ୍ରିଗେଡିୟର ଜଲାଲି କହିଛନ୍ତି ଇରାନ ଆକାଶରେ ଥିବା ମେଘ ଯେପରି ବର୍ଷା ନ କରେ ସେଥିପାଇଁ ଇସ୍ରାଏଲ ଓ ଅନ୍ୟ ପଡୋଶୀ ଦେଶ ମିଳିତଭାବେ ଉଦ୍ୟମ କରୁଛନ୍ତି।
ତେବେ ବ୍ରିଗେଡିୟର ଜଲାଲଙ୍କ ଏପରି ଅଭିଯୋଗକୁ ନିଜ ଦେଶ ପାଣିପାଗ ବିଶେଷଜ୍ଞମାନେ ସମର୍ଥନ କରି ପାରୁ ନାହାଁନ୍ତି। ଇରାନ୍ର ପାଣିପାଗ ବିଭାଗର ମୁଖ୍ୟ ଆହଦ ଭାଜିଫେ କହିଛନ୍ତି ହୁଏତ ବ୍ରିଗେଡିୟର ଜଲାଲିଙ୍କ ପାଖରେ ସେ ସମ୍ପର୍କିିତ କିଛି ତଥ୍ୟ ଥାଇପାରେ, ଯାହା ମୁଁ ଜାଣି ନାହିଁ। ତେବେ ପାଣିପାଗ ସମ୍ପର୍କିତ ମୋ ଜ୍ଞାନ ଅନୁଯାୟୀ, ମେଘ କିମ୍ବା ବରଫ ଚୋରି କରିବା ସମ୍ଭବ ନୁହେଁ। ଇରାନ ବର୍ତ୍ତମାନ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହୋଇଛିି। ଏହା ଏକ ବିଶ୍ୱସ୍ତରୀୟ ସମସ୍ୟା ଓ ଏଥିରେ ଯେ କେବଳ ଇରାନ ପ୍ରଭାବିତ ହେଉଛି ତାହା ନୁହେଁ ବୋଲି ଭାଫିଜେ କହିଛନ୍ତି। ଆଉ ଏପରି ମେଘ ଚୋରି ବୟାନ ସମସ୍ୟାର ତ ସମାଧନା କରିବ ନାହିଁ ବରଂ ଆମକୁ ମୌଳିକ ସମସ୍ୟାର ସମାଧାନ ବାଟ ଖୋଜିବାରୁ ଦୂରେଇ ନେବ ବୋଲି ଭାଫିଜେ କହିଛନ୍ତି।
ଇରାନର ବିଚିତ୍ର ଅଭିଯୋଗ: ମେଘ ଚୋରି କରୁଛି ଇସ୍ରାଏଲ
/sambad/media/post_attachments/wp-content/uploads/2018/07/Cloud-Theft_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)