ତେହରାନ: ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ପାଇଁ କାମ କରିବା ଅଭିଯୋଗରେ ଇରାନ ୩ ଜଣଙ୍କୁ ଫାଶୀ ଦେଇଛି ବୋଲି ନ୍ୟାୟପାଳିକାର ମିଜାନ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ୧୨ ଦିନ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ଉଭୟ ଇସ୍ରାଏଲ ଓ ଇରାନ ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତି ପ୍ରସ୍ତାବରେ ରାଜି ହେବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି।

Advertisment

ଫାଶୀ ଦିଆଯାଇଥିବା ଏହି ୩ ଜଣଙ୍କୁ ଇସ୍ରାଏଲର ମୋସାଦ ସହ ମିଶି ଜଣେ ନାମ ଘୋଷଣା କରାଯାଇ ନ ଥିବା ବ୍ୟକ୍ତିଙ୍କ ହତ୍ୟାରେ ବ୍ୟବହୃତ ଉପକରଣ ଚୋରା ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ମିଜାନ କହିଛି। ଏହାବ୍ୟତୀତ ଇସ୍ରାଏଲ ସହ ସମ୍ପର୍କ ରଖିବା ପାଇଁ ପ୍ରାୟ ୭୦୦ ଲୋକଙ୍କୁ ଗିରଫ କରାଯାଇଛି।