ତେହରାନ : ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନି ଗୁରୁବାର କହିଛନ୍ତି ଯେ ତାଙ୍କ ଦେଶ ‘ଆମେରିକା ଗାଲକୁ ଶକ୍ତ ଚାପୁଡ଼ା ମାରିଛି’। ଇସ୍ରାଏଲ ସହ ଅସ୍ତ୍ରବିରତି ଘୋଷଣା ହେବା ପରେ ଖେମିନି ତାଙ୍କର ପ୍ରଥମ ସାର୍ବଜନୀନ ବୟାନରେ ଆମେରିକା ଆଉ କୌଣସି ଆକ୍ରମଣ ନ କରିବାକୁ ଚେତାବନୀ ଦେଇଛନ୍ତି।
ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏକ ଭିଡିଓରେ ଜୁନ୍ ୧୯ ପରେ ଖେମିନିଙ୍କର ପ୍ରଥମ ଦର୍ଶନ ମିଳିଥିଲା। ଏକ ସପ୍ତାହ ପୂର୍ବ ଅପେକ୍ଷା ସେ ଅଧିକ ଦୁର୍ବଳ ଓ କ୍ଳାନ୍ତ ଲାଗୁଥିଲେ। ସେ ଦର୍ଶକମାନଙ୍କୁ କହିଥିଲେ ଯେ, ଆମେରିକା ଯୁଦ୍ଧରେ ହସ୍ତକ୍ଷେପ କରିଛି। କାରଣ ଆମେରିକା ଅନୁଭବ କରିଛି ଯେ ଯଦି ସେମାନେ ହସ୍ତକ୍ଷେପ ନକରିବେ, ତେବେ ଇହୁଦୀ ଶାସନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। କିନ୍ତୁ ଆମେରିକା ଏହି ଯୁଦ୍ଧରୁ କୌଣସି ଲାଭ ହାସଲ କରିନାହିଁ ବୋଲି ସେ କହିଛନ୍ତି। ସୋମବାର କତରରେ ଥିବା ଏକ ଆମେରିକୀୟ ଘାଟି ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ କେହି ମୃତାହତ ହୋଇ ନ ଥିବା ସମ୍ପର୍କରେ ସେ କହିଛନ୍ତି, ଇସଲାମିକ ରିପବ୍ଲିକ୍ ବିଜୟୀ ହୋଇଥିଲା ଏବଂ ଏହାର ପ୍ରତିଶୋଧ ସ୍ୱରୂପ ଆମେରିକା ମୁହଁକୁ ଶକ୍ତ ଚାପୁଡ଼ା ମାରିଥିଲା। ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନର ପୁନରାବୃତ୍ତି ହୋଇପାରେ ବୋଲି ଖେମିନି ଚେତାବନୀ ଦେଇଛନ୍ତି। ଯଦି କୌଣସି ଆକ୍ରମଣ ହୁଏ, ତେବେ ଶତ୍ରୁକୁ ନିଶ୍ଚିତ ଭାବେ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଜୁନ୍ ୧୩ରେ ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲ ଇରାନର ଆଣବିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଏବଂ ଶୀର୍ଷ ସାମରିକ କମାଣ୍ଡର ଓ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରିବା ପରେ ଏକ ଗୁପ୍ତ ସ୍ଥାନରେ ଆଶ୍ରୟ ନେଇଥିବା ୮୬ ବର୍ଷୀୟ ଖେମିନିଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ।
‘ଆମେରିକା ଗାଲକୁ ଚାପୁଡ଼ା ମାରିଛି ଇରାନ’
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନି ଗୁରୁବାର କହିଛନ୍ତି ଯେ ତାଙ୍କ ଦେଶ ‘ଆମେରିକା ଗାଲକୁ ଶକ୍ତ ଚାପୁଡ଼ା ମାରିଛି’। ଇସ୍ରାଏଲ ସହ ଅସ୍ତ୍ରବିରତି ଘୋଷଣା ହେବା ପରେ ଖେମିନି ତାଙ୍କର ପ୍ରଥମ ସାର୍ବଜନୀନ ବୟାନରେ ଆମେରିକା ଆଉ କୌଣସି ଆକ୍ରମଣ ନ କରିବାକୁ ଚେତାବନୀ ଦେଇଛନ୍ତି।
/sambad/media/media_files/2025/06/27/asdfgh-2025-06-27-03-47-05.jpg)