ତେହେରାନ : ଇରାନ ରିଭୋଲ୍ୟୁସନରୀ ଗାର୍ଡସ (ଆଇଆରଜିସି)ର କୁଦସ୍ ଫୋର୍ସର ମୁଖ୍ୟ ବ୍ରିଗେଡିୟର ଜେନେରାଲ ଇସମାଇଲ କାନି ଗତ କିଛିଦିନ ହେଲା ଚର୍ଚ୍ଚାରେ ରହିଛନ୍ତି । ଗତ ସପ୍ତାହରେ ସଂଦେହ କରାଯାଉଛି ଯେ ସେ ନିଖୋଜ ହୋଇଯାଇଛନ୍ତି, ସମ୍ଭବତଃ ସେ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ନୂଆ ଖବର ଅନୁସାରେ ତାଙ୍କୁ ଇରାନରେ ଗୃହବନ୍ଦୀ କରାଯାଇଛି ।
ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ନିକଟ ଅତୀତରେ ଇସ୍ରାଏଲ ଇରାନର ସହଯୋଗୀ ରାଷ୍ଟ୍ରମାନଙ୍କ ଉପରେ ଯେଉଁଭଳି ଆକ୍ରମଣ କରିଛି, ଇସଲାମିକ ଦେଶ ଇରାନ ସମ୍ପୂର୍ଣ୍ଣ ବିଚଳିତ ହୋଇପଡିଛି। ଗତ ମାସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ହୋଇଥିଲେ। ଜୁଲାଇମାସରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହା ଇରାନର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାରଣରୁ ସନ୍ଦେହ ଘେରକୁ ଚାଲିଆସିଛନ୍ତି ବ୍ରିଗେଡିୟର ଜେନେରାଲ ଇସମାଇଲ କାନି । ସେ ଇସ୍ରାଏଲକୁ ସହାୟତା କରିଥିବା ସଂଦେହ କରାଯାଉଛି । ଏପରିକି ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ସହ ତାଙ୍କର ସଂପର୍କ ଥିବା ଇରାନ ସଂଦେହ କରୁଛି ।
ମିଳିଥିବା ସୂଚନା ଅନୁଯାୟୀ, ୬୭ ବର୍ଷୀୟ କାନିଙ୍କୁ ଗୃହବନ୍ଦୀ କରାଯାଇଛି। ହାସନ ନସରଲ୍ଲାଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ପଚରାଉଚରା କରାଯାଉଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ ଚାଲିଛି। ହାସନ ନସରଲ୍ଲାଙ୍କ ମୃତ୍ୟୁ ପରଠାରୁ କାନିଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ ଏବଂ ତାଙ୍କ ଟିମ୍ କୁ ମଧ୍ୟ ପଚରାଉଚରା କରାଯାଉଛି।
ଇରାନର ବରିଷ୍ଠ ସେନା କମାଣ୍ଡର ମୋସାଦ ଏଜେଣ୍ଟ ?
ଇରାନ ରିଭୋଲ୍ୟୁସନରୀ ଗାର୍ଡସ (ଆଇଆରଜିସି)ର କୁଦସ୍ ଫୋର୍ସର ମୁଖ୍ୟ ବ୍ରିଗେଡିୟର ଜେନେରାଲ ଇସମାଇଲ କାନି ଗତ କିଛିଦିନ ହେଲା ଚର୍ଚ୍ଚାରେ ରହିଛନ୍ତି । ଗତ ସପ୍ତାହରେ ସଂଦେହ କରାଯାଉଛି ଯେ ସେ ନିଖୋଜ ହୋଇଯାଇଛନ୍ତି, ସମ୍ଭବତଃ ସେ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ନୂଆ ଖବର ଅନୁସାରେ ତାଙ୍କୁ ଇରାନରେ ଗୃହବନ୍ଦୀ କରାଯାଇଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)