ଇରାନ୍‌ ଭାରତକୁ ତୈଳ ଓ ପ୍ରାକୃତିକ ବାଷ୍ପ ଯୋଗାଇ ଦେବାକୁ ପ୍ରସ୍ତୁତ: ରାଷ୍ଟ୍ରପତି ହସନ୍‌ ରୌହାନି

ହାଇଦ୍ରାବାଦ: ଶୁକ୍ରବାର ଦିନ ଇରାନର ରାଷ୍ଟ୍ରପତି ହସନ୍‌ ରୌହାନି ଘୋଷଣା କରିଛନ୍ତି ଯେ ଭାରତ ସହ ନିଜର ତୈଳ ଓ ପ୍ରାକୃତିକ ବାଷ୍ପ ଭାରତ ସହ ବଣ୍ଟନ କରିବାକୁ ପ୍ରସ୍ତୁତ। ଏହା ବ୍ୟତିରେକେ, ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ କୂଟନୈତିକ ବନ୍ଧନ ଆହୁରି ସୁଦୃଢ଼ କରିବାକୁ ଭିସା ନିୟମରେ ମଧ୍ୟ କୋହଳ କରିବ।

ଶୁକ୍ରବାର ଦିନ ପ୍ରାର୍ଥନା ପରେ ଐତିହାସିକ ମେକ୍କା ମସ୍‌ଜିଦ୍‌ରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ରୌହାନି କହିଲେ, ଇରାନ୍‌ର ଚାବାହାର ବନ୍ଦର ଖୋଲିଲେ ଭାରତ ସିଧାସଳଖ ଆଫଗାନିସ୍ତାନ, କେନ୍ଦ୍ରୀୟ ଏସିଆ ଏବଂ ୟୁରୋପକୁ ରାସ୍ତା ପାଇଯିବ। ଇରାନ୍‌ ତୈଳ ଏବଂ ପ୍ରାକୃତିକ ବାଷ୍ପ ସମ୍ବଳରେ ସମୃଦ୍ଧ। ଭାରତର ଉନ୍ନତି ଏବଂ ପ୍ରଗତି ପାଇଁ ଇରାନ୍‌ ତା’ର ପ୍ରାକୃତିକ ସମ୍ବଳ ବାଣ୍ଟିବାକୁ ପ୍ରସ୍ତୁତ।

ପାର୍ସୀ ଭାଷାରେ ସେ ଦେଇଥିବା ୧୫ ମିନିଟ୍‌ର ଭାଷଣକୁ ମନଯୋଗ ଦେଇ ୫୦୦୦ରୁ ଊର୍ଦ୍ଧ୍ୱ ଲୋକ ଶୁଣିଥିଲେ। ରୌହାନି ସମଗ୍ର ବିଶ୍ୱର ମୁସଲମାନମାନଙ୍କୁ କହିଲେ କି, ସେମାନେ ମତଭେଦ ତ୍ୟାଗ କରି ଇସ୍‌ଲାମ୍‌ ସାଧାରଣ ଶତ୍ରୁ ବିରୋଧରେ ଏକଜୁଟ ହୁଅନ୍ତୁ। ସେ କହିଲେ ଯଦି ମୁସଲମାନ ଦେଶ ସମୂହ ଏକଜୁଟ ରହିଥାଆନ୍ତେ ଆଜି ଆମେରିକା ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ବୋଲି ଘୋଷଣା କରିବାକୁ ସାହସ ନ ଥାଆନ୍ତା। ପାଲେଷ୍ଟାଇନ୍‌ର କାରଣକୁ ସମର୍ଥନ କରିବାକୁ ସେ ମୁସଲମାନମାନଙ୍କୁ କହିଥିଲେ।

ଗୁରୁବାର ଦିନ ସହରରେ ପହଞ୍ଚିଥିବା ଇରାନ୍‌ର ରାଷ୍ଟ୍ରପତି ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ଶିଳ୍ପ, କୃଷି ଏବଂ ନୂତ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ ବିଭାଗରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ କରିବାକୁ ରୌହାନି ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର