ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ୭୨ ଘଣ୍ଟା ପୂରିଛି । ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୪୦୬ ଇରାନୀ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୪୬୫ ଲୋକ ଗୁରୁତର ହୋଇଛନ୍ତି । ସେହିପରି ଇରାନର ଆକ୍ରମଣରେ ଏପର୍ଯ୍ୟନ୍ତ ୧୬ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଗୁରୁତର ହୋଇଛନ୍ତି । ଗତ ୭୨ ଘଣ୍ଟାରେ ଇସ୍ରାଏଲ ଇରାନର ଭିତ୍ତିଭୂମିକୁ ଟାର୍ଗେଟ କରିଛି । କିନ୍ତୁ ତହେରାନ କହୁଛି ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୨୨୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ନାଗରିକ ଅଛନ୍ତି ।
ଇସ୍ରାଏଲ ଦାବି କରିଛି ଯେ ଗତ 24 ଘଣ୍ଟା ମଧ୍ୟରେ ସେ ତାଙ୍କ ଦେଶ ଏବଂ ତେହେରାନ ମଧ୍ୟରେ ଏକ 'ବାୟୁ କରିଡର' ସୃଷ୍ଟି କରିଛି । ଅର୍ଥାତ୍ ଇସ୍ରାଏଲର ଦାବି ଅନୁସାରେ, ଏବେ ଇସ୍ରାଏଲର ବାୟୁ ସେନା ନିଜ ଦେଶରୁ ତେହେରିନ୍ ମଧ୍ୟରେ ନିଜ ବିମାନ ଉଡ଼ାଇପାରିବେ ଏବଂ ଯୁଦ୍ଧ ମଧ୍ୟ କରିବେ । ଏହାରି ମଧ୍ୟରେ ଇସ୍ରାଏଲ ଇରାନ୍ ଉପରେ ବହୁ ଦୂରରୁ ଆକ୍ରମଣ କରିଛି । ଇସ୍ରାଏଲର ବାୟୁସେନା ଦ୍ବାରା ଇରାନ୍ର ବିମାନ ଉପରେ ଆକ୍ରମଣ କରାଯାଇଛି । ଏହି ଦୂରତା ଏସ୍ରାଏଲ ଠାରୁ ପାଖାପାଖି ୨,୩୦୦ କିଲୋମିଟର ହେବ । ଆକ୍ରମଣ ପରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବା ପରେ, ଇସ୍ରାଏଲ ଏବେ ସାମରିକ ଇରାନର ଭିତ୍ତିଭୂମିକୁ ଟାର୍ଗେଟ କରୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/16/kXyhut56lzdTBBYjUKFm.jpg)
