ଜେରୁଜେଲମ: ଇସ୍ରାଏଲୀ ବାୟୁସେନା ଶୁକ୍ରବାର ସକାଳେ ୮୦ ରୁ ଅଧିକ ଲଢ଼ୁଆ ବିମାନ ବ୍ୟବହାର କରି ଇରାନର ରାଜଧାନୀ ତେହେରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ପରମାଣୁ ଓ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ମଧ୍ୟରେ ଟ୍ରମ୍ପ ଇରାନର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି।

Advertisment

ଆହୁରି ପଢନ୍ତୁ-  Flight Fare Hike: ବିଶ୍ବକପ୍‌ ଲାଗି ବିମାନ ଭଢ଼ା ଆକାଶଛୁଆଁ: ୫ ଗୁଣା ବଢ଼ିଗଲା ଦର, ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଇସ୍ରାଏଲୀ ବାୟୁସେନାର ଯୁଦ୍ଧ ବିମାନ ତେହେରାନ ଉପରେ ଆକାଶ ମାର୍ଗରୁ ଇମାମ ହୁସେନ ବିଶ୍ୱବିଦ୍ୟାଳୟ ସମେତ ପ୍ରମୁଖ ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି) ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଏହି ଘାତକ ବୋମାମାଡ଼ର ଲକ୍ଷ୍ୟ ଥିଲା ଇରାନର ସାମରିକ କ୍ଷମତା, କ୍ଷେପଣାସ୍ତ୍ର ସଂରକ୍ଷଣ କେନ୍ଦ୍ର, କମାଣ୍ଡ ସେଣ୍ଟର ଓ ଏହାର ନେତୃତ୍ୱ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା। ଏହାସହ ଇରାନର ପରମାଣୁ ଓ ସାମରିକ ପ୍ରତିଷ୍ଠାନ ବି ଇସ୍ରାଏଲ ସେନା ଟାର୍ଗେଟରେ ଥିବା ଦାବି କରାଯାଇଛି।

ଆହୁରି ପଢନ୍ତୁ-  Pravati Parida: ମହିଳା ସଶକ୍ତିକରଣର ସୁନାମି ଆସିଛି: ଉପମୁଖ୍ୟମନ୍ତ୍ରୀ