ତେହେରାନ: ହାମାସର ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ ପ୍ରତିଶ୍ରୁତି ଦେଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି ମଧ୍ୟ ଏହି ଆକ୍ରମଣକୁ ଅନୁମୋଦନ କରିଛନ୍ତି ଏବଂ ଇରାନ ସେନା ଖୁବଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ସୂଚନା ମିଳିଛି । ଇରାନ ଅଗଷ୍ଟ ୧୨ ସୋମବାର ସୁଦ୍ଧା ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଇସ୍ରାଏଲ, ଇରାନ, ଲେବାନନରେ ଥିବା ନିଜ ନିଜର ନାଗରିକଙ୍କ ପାଇଁ ସତର୍କତା ଜାରି କରିଛନ୍ତି ।
ହନିଆଙ୍କ ମୃତ୍ୟୁ ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସେପଟେ ଆମେରିକାସେଣ୍ଟ୍ରାଲ କମାଣ୍ଡର ଜେନେରାଲ ମାଇକେଲ କୁରିଲା ଶନିବାର ଇସ୍ରାଏଲରେ ପହଞ୍ଚିଛନ୍ତି। ଯଦିଓ ତାଙ୍କର ଏହି ଗସ୍ତକୁ ଏକ ଯୋଜନା ବୋଲି କୁହାଯାଉଛି, ତଥାପି ଏହାକୁ ଇସ୍ରାଏଲର ପ୍ରତିରକ୍ଷାରେ ଶକ୍ତି ସଂଗ୍ରହ କରିବାର ଏକ ପଦକ୍ଷେପ ଭାବରେ ଦେଖାଯାଉଛି ।
କାହିଁକି ଅଗଷ୍ଟ ୧୨ରେ ଆକ୍ରମଣ କରିବ ଇରାନ ?
ସୋମବାର ସୁଦ୍ଧା ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା ଓ ଇସ୍ରାଏଲ ଅଧିକାରୀମାନେ ସଙ୍କେତ ଦେଇଛନ୍ତି। ତେବେ ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ତେହେରାନ ଅଗଷ୍ଟ ୧୨ ସୋମବାର ତେଲ ଆଭିବ ଉପରେ ଆକ୍ରମଣ କରିପାରେ । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲକୁ ଆଘାତ ଦେବା ପାଇଁ ଇରାନ ତିଶା ବାଓ ଦିନକୁ ବାଛିଛି । ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଇସ୍ରାଏଲ ଏବଂ ଇହୁଦୀ ମାନଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Capture-1.jpg)