ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଆକାଶରେ ପୁଣି ଥରେ ଯୁଦ୍ଧର କଳା ବାଦଲ ଘୋଟେଇ ଆସୁଛି। ବିଶ୍ବର ମହାଶକ୍ତି ଆମେରିକା ଏବଂ ଇସ୍ଲାମିକ୍ ରାଷ୍ଟ୍ର ଇରାନ ମଧ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା। ଇରାନକୁ ବାରମ୍ବାର ଚେତାବନୀ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅନ୍ୟପଟେ ଇରାନ ମଧ୍ୟ ଆର-ପାର୍ ଲଢେଇ ପାଇଁ ଘୋଷଣା କରିଛି। ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇ ତାଙ୍କ ସୈନ୍ୟଙ୍କୁ ପ୍ରସ୍ତୁତ କରି ରଖିଛନ୍ତି। କେବଳ ସୈନ୍ୟ ନୁହେଁ, କ୍ଷେପଣାସ୍ତ୍ର ମଧ୍ୟ ପ୍ରସ୍ତୁତ ରଖିଛନ୍ତି ।
ଟ୍ରମ୍ପ ଧମକ ଦେଇ କହିଛନ୍ତି, ଇରାନକୁ ଡିଲ୍ କରିବା ଦରକାର। ନଚେତ୍ ଆଗକୁ ପରିଣାମ ଭୟଙ୍କର ହେବ। ଯେକୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ସେନା ପ୍ରସ୍ତୁତ ବୋଲି କହିଛନ୍ତି ଟ୍ରମ୍ପ। ଆମେରିକା, ମଧ୍ୟପ୍ରାଚ୍ୟରେ ଯୁଦ୍ଧଜାହାଜ ଏବଂ ବିମାନ ଶକ୍ତିକୁ ବଢ଼ାଇ ଚାଲିଥିବା ବେଳେ ଏଭଳି ବୟାନ ଦେଇଛନ୍ତି ଟ୍ରମ୍ପ। ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବିଭାଗ ପକ୍ଷରୁ ଯାହା ଆଶା କରୁଛନ୍ତି ତାହା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଯୁକ୍ତରାଷ୍ଟ୍ରର ଯୁଦ୍ଧ ବିଭାଗ ସଚିବ ।
ଇରାନର ସୁପ୍ରିମ ନେତା ଖାମନେଇଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ଜାରି ରହିଛି। ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ପ୍ରତିବାଦକୁ ଦମନ କରିବାକୁ ଇରାନର ସୁରକ୍ଷାକର୍ମୀମାନେ ବିକ୍ଷୋଭକରୀଙ୍କୁ ଗୁଳି ମାଡ କରୁଥିବା ଅଭିଯୋଗ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୬ ହଜାରରୁ ଅଧିକ ନାଗରିକଙ୍କ ଜୀବନ ଗଲାଣି। ତେବେ ଆମେରିକାର ବାରମ୍ବାର ଧମକ ସତ୍ତ୍ବେ ଇରାନ ମୁଣ୍ଡ ନୁଆଁଉ ନଥିବା ଦେଖିବାକୁ ମିଳିଛି। ଆମେରିକା କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ଏହାର କଡା ଜବାବ ଦେବାକୁ ଚେତାବନୀ ଦେଇଛନ୍ତି ଇରାନ ସରକାର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/31/new-project-1-2026-01-31-08-44-47.jpg)