ମସଜିଦ ଉପରେ ଲାଲ ପତାକା ଉଡ଼ାଇ ଭୟଙ୍କର ଯୁଦ୍ଧର ସଂକେତ ଦେଲା ଇରାନ

ଦୁବାଇ : ଏକ ଭୟଙ୍କର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇରାନ । ଏହାର ସଂକେତ ଏକ ମସଜିଦରୁ ମିଳିଛି । ଇରାନର କୋମଠାରେ ଥିବା ଐତିହାସିକ ଜାମକରନ୍‌ ମସଜିଦ ଉପରେ ଇତିହାସରେ ପ୍ରଥମ ଥର ପାଇଁ ଲାଲ୍‌ ପକାତା ଉଡ଼ାଯାଇଛି । ଏହା ଯୁଦ୍ଧର ସଂକେତ ବୋଲି କୁହାଯାଉଛି । ଏଣୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ବିଶ୍ୱ ପୁଣି ଏକ ଯୁଦ୍ଧର ଘଟଘଟା ମଧ୍ୟରେ ଠେଲି ହୋଇଯାଉଛି ।

 

ଅନ୍ୟପକ୍ଷରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ଫୋର୍ସର କମାଣ୍ଡର ଗୋଲାମାଲି ଆବୁହାମଜେ କହିଛନ୍ତି ଯେ ଆମେରିକା ଓ ଇସ୍ରାଏଲର ପ୍ରାୟ ୩୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଇରାନର ଟାର୍ଗେଟରେ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେରିକା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଇରାନ ସେନାର ରହିଛି । ଅନ୍ୟପକ୍ଷରେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୋଲ୍ଲା ମଧ୍ୟ ଇସ୍ରାଏଲ ଓ ଆମେରିକୀୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ।
ଶୁକ୍ରବାରଦିନ ଆମେରିକା ଦ୍ୱାରା କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ପରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲି ଖାମନେଇ ବ୍ରିଗେଡିୟର ଜେନେରାଲ ଇସମାଇଲ କାନିଙ୍କୁ ସୁଲେମାନିଙ୍କ ଉତ୍ତରାଧିକାରୀ ନିଯୁକ୍ତ କରିଥିଲେ । ଇସମାଇଲ ମଧ୍ୟ ଆମେରିକା ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଇରାନର ପ୍ରତିଆକ୍ରମଣ ବେଶ ଭୟାବହ ହେବ ।

ସମ୍ବନ୍ଧିତ ଖବର