ବାଗଦାଦ୍: ଦୀର୍ଘ ବର୍ଷ ଧରି ଅସ୍ଥିରତା ଓ ହିଂସାର ନିଆଁରେ ଜଳୁଥିବା ମଧ୍ୟପ୍ରାଚ୍ୟରେ ଏକ ବଡ଼ ରାଜନୈତିକ ଘଟଣା ଘଟିଛି। ଇରାନ ଏଠାରେ ଏକ ବଡ଼ ଖେଳ ଖେଳିଛି। ଏହା ଆମେରିକା ଓ ଇସ୍ରାଏଲକୁ ଚିନ୍ତାରେ ପକାଇଦେଇଛି । ଇରାନର ଏହି ଖେଳ ଉପରେ ସାରା ବିଶ୍ୱର ନଜର ରହିଛି । ଇରାନର ନୂଆ ରାଷ୍ଟ୍ରପତି ମାସୁଦ ପାଜେସ୍କିନ୍ ଶତ୍ରୁରାଷ୍ଟ୍ର ଇରାକ ଗସ୍ତରେ ଅଛନ୍ତି।
ଇରାକ ସହ ଇରାନର ପ୍ରାୟ ଏକ ଦଶନ୍ଧି ଧରି ଲଗାତାର ଯୁଦ୍ଧ ଚାଲିଥିଲା। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଇରାକ ଓ ଇରାନ ମଧ୍ୟରେ ଯୁଦ୍ଧ ସେପ୍ଟେମ୍ବର ୧୯୮୦ରୁ ଅଗଷ୍ଟ ୧୯୮୮ ପର୍ଯ୍ୟନ୍ତ ଚାଲିଥିଲା । ଇତିହାସରେ ଏହାକୁ ପ୍ରଥମ ଉପସାଗରୀୟ ଯୁଦ୍ଧ ବୋଲି କୁହାଯାଏ । ଯୁଦ୍ଧ ଶେଷ ହେବା ପରେ ମଧ୍ୟ ଇରାକ ଓ ଇରାନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୋଇନଥିଲା ।
ଇରାକ ସହ ଇରାନର ପ୍ରାୟ ଏକ ଦଶନ୍ଧି ଧରି ଲଗାତାର ଯୁଦ୍ଧ ଚାଲିଥିଲା। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ଯୁଦ୍ଧ ସେପ୍ଟେମ୍ବର ୧୯୮୦ରୁ ଅଗଷ୍ଟ ୧୯୮୮ ପର୍ଯ୍ୟନ୍ତ ଚାଲିଥିଲା । ଇତିହାସରେ ଏହାକୁ ପ୍ରଥମ ଉପସାଗରୀୟ ଯୁଦ୍ଧ ବୋଲି କୁହାଯାଏ । ଯୁଦ୍ଧ ଶେଷ ହେବା ପରେ ମଧ୍ୟ ଇରାକ ଓ ଇରାନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୋଇନଥିଲା ।
ପାଜେସ୍କିନ୍ ବୁଧବାର ଇରାକ ଗସ୍ତ କରି ଉପସାଗରୀୟ କୂଟନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଜୁଲାଇ ମାସରେ ପାଜେସ୍କିନ୍ ଇରାନର ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ହେବା ପରେ ପାଜେସ୍କିନ୍ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଇରାକକୁ ବାଛିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ଇରାକ ଯାତ୍ରାର ମହତ୍ତ୍ୱ ବୁଝିହେବ। ଅତୀତରେ ଇରାନ ଉପରେ ଅନ୍ତର୍ଜାତୀୟ କଟକଣା କୋହଳ କରିବା ପାଇଁ ପାଜେସ୍କିନ୍ ଆମେରିକା ସହ ଆଲୋଚନା ମଧ୍ୟ ଆରମ୍ଭ କରିଥିଲେ। ଏହି ଗସ୍ତ ଇରାକ-ଇରାନ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାର ସମ୍ଭାବନା ରହିଛି। ଯଦି ଏହା ହୁଏ, ତେବେ ଏହା ଉପସାଗରୀୟ ରାଜନୀତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/tSrm7Btuowtmy42LtIMB.jpeg)