ନୂଆଦିଲ୍ଲୀ: ଇରାନ୍ ରାଷ୍ଟ୍ରପତି ହାସନ ରୋହାନି ଆଜି ୩ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଆଜି ହାଇଦ୍ରାବାଦ୍ରେ ଆସି ପହଞ୍ଚିଛନ୍ତି ରୋହାନି। ରୋହାନିଙ୍କ ଗସ୍ତ ପାଇଁ ଆଜି ହାଇଦ୍ରାବାଦ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହାଇଦ୍ରାବାଦ୍ର ବେଗମ୍ପେଟ୍ ବିମାନବନ୍ଦରରେ ପହଞ୍ଚିବାପରେ ରୋହାନିଙ୍କୁ ଭବ୍ୟ ସ୍ୱାଗତ ସମ୍ବଦ୍ଧର୍ନା ଜଣାଇ ପାଛୋଟି ନିଆଯାଇଛିା। ରୋହାନିଙ୍କ ୩ ଦିନିଆ ଭାରତ ଗସ୍ତର ପ୍ରଥମ ଦିନରେ ରୋହାନି ମୁସଲିମ୍ ବୁଦ୍ଧିଜୀବୀ ଏବଂ ଧର୍ମଜାଜକମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ରୋହାନି ମକ୍କା ମସଜିଦ୍ରେ ପ୍ରାର୍ଥନା କରିବାସହ ଗୋଲ୍କୋଣ୍ଡା ଦୁର୍ଗ ଏବଂ ସାଲର ଜଙ୍ଗ୍ ସଂଗ୍ରହାଳୟ ପରିଦର୍ଶନ କରିବେ। ଗସ୍ତର ଶେଷ ଦିନରେ ସେ ଫେବ୍ରୁଆରି ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ରୋହାନିଙ୍କ ଗସ୍ତ ଅବସରରେ ଇରାନ୍ ଏବଂ ଭାରତ ମଧ୍ୟରେ ବିଭିନ୍ନ ଚୁକ୍ତି ମଧ୍ୟ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ତେବେ ୨୦୧୩ ମସିହାରେ ରୋହାନି ଅଫିସ ଅଧିକାର କରିବାପରେ ଏହା ରୋହାନିଙ୍କ ପ୍ରଥମ ଭାରତ ଗସ୍ତ। ରୋହାନିଙ୍କ ସହ ଆଜି ଇରାନ୍ର ଅନ୍ୟ ମନ୍ତ୍ରୀମାନେ ଭାରତରେ ପହଞ୍ଚିଛନ୍ତି।
୩ ଦିନିଆ ଭାରତ ଗସ୍ତରେ ପହଞ୍ଚିଲେ ଇରାନ୍ ରାଷ୍ଟ୍ରପତି
/sambad/media/post_attachments/wp-content/uploads/2018/02/hassan-rouhani-afp_650x400_51451818067.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)