ରିୟାଦ: ଆମେରିକା ତେହେରାନ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେ ନେଇ ଚାଲିଥିବା ବିତର୍କ ମଧ୍ୟରେ, ତିନୋଟି ଶକ୍ତିଶାଳୀ ଉପସାଗରୀୟ ରାଷ୍ଟ୍ର ଇରାନକୁ ସମର୍ଥନ କରି ପଛ ଦ୍ୱାରରେ ଠିଆ ହୋଇଛନ୍ତି । ଏହି ତିନି ଦେଶ ହେଉଛନ୍ତି କତାର, ସାଉଦି ଆରବ ଏବଂ ଓମାନ। ଏସବୁ ଦେଶର ସରକାର ଆମେରିକାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଇରାନ ବିରୋଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ତାଙ୍କ ପାଇଁ ସବୁଠାରୁ ବଡ଼ କ୍ଷତି ଆଣିପାରେ। ସାଉଦି ଆରବ ଆମେରିକାକୁ କହିସାରିଛି ଯେ, ଯଦି ଆକ୍ରମଣ ଯୋଜନା କକରାଯିବ ତେବେ ରିୟାଦ ତାଙ୍କୁ ସାହାଯ୍ୟ କରିପାରିବ ନାହିଁ।

Advertisment

ଆହୁରି ପଢନ୍ତୁ- Dayanidhi Maran: ଦୟାନିଧି ମାରନଙ୍କ ବିବାଦୀୟ ମନ୍ତବ୍ୟ: ଦକ୍ଷିଣ ଭାରତର ଶିକ୍ଷିତ ଝିଅଙ୍କୁ ଉତ୍ତର ଭାରତରେ ଦାସ କରି ରଖାଯାଏ...

କତାର ପ୍ରଧାନମନ୍ତ୍ରୀ ଇରାନର ସୁରକ୍ଷା ପରିଷଦର ମୁଖ୍ୟଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଦୁଇ ନେତା ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଇରାନର ସୁରକ୍ଷା ପରିଷଦର ମୁଖ୍ୟଙ୍କୁ ସର୍ବୋଚ୍ଚ ନେତା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ନିକଟତମ ବ୍ୟକ୍ତି ବୋଲି ବିବେଚନା କରାଯାଏ। କତାର କହିଛି,ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ ମଧ୍ୟପ୍ରାଚ୍ୟରେ ଅରାଜକତା ସ୍ଥିତି ସୃଷ୍ଟି କରି ଏକ ଆତଙ୍କିତ ପରିସ୍ଥିତି ସୃଷ୍ଟି କରିବ। ଯାହା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ପାଇଁ କ୍ଷତିକାରକ ହେବ। କତାର କହିଛି, ଇରାନ ସହିତ ଯୁଦ୍ଧ କୌଣସି ଦେଶକୁ ସୁରକ୍ଷିତ ରଖିବ ନାହିଁ। ସାଉଦି ଆରବ କହିଛି, ଯଦି ଇରାନରେ ଅସ୍ଥିରତା ସୃଷ୍ଟି ହୁଏ ଏବଂ ସାଉଦି ଆରବ କୌଣସି ପ୍ରକାରେ ଏଥିରେ ସାମିଲ ହୁଏ, ତେବେ ସାଉଦି ଉପରେ ପ୍ରଶ୍ନ ଉଠିବାର ଆଶଙ୍କା ରହିଛି। ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦମନ କରୁଥିବା ଦେଶକୁ ସାଉଦି ଆରବର ସମର୍ଥନ ମିଳୁଥିବା ନେଇ ପ୍ରଶ୍ନ କରାଯିବ। ସାଉଦି ଆରବ ନିଜର ଆକାଶ ମାର୍ଗ ବ୍ୟବହାରକୁ ଅବରୋଧ କରିବାକୁ ମଧ୍ୟ କହିଛି। 

ଆହୁରି ପଢନ୍ତୁ- Iran Violence: ଇରାନ ହିଂସା: ଅନ୍ତର୍ଜାତୀୟ ସଂପ୍ରଦାୟରେ ନିନ୍ଦାର ଝଡ଼

ଆୟାତୋଲ୍ଲା ଅଲି ଖେମିନିଙ୍କ ପରେ କିଏ ଇରାନର ଶାସକ ହେବେ ସେ ବିଷୟରେ ସାଉଦି ଆରବ ମଧ୍ୟ ଚିନ୍ତାରେ ଅଛି। ସାଉଦି ଆରବ ଅନୁମାନ କରୁଛି ଯଦି ଖାମେନି ପଦ ଛାଡିଦିଅନ୍ତି, ତେବେ ଇରାନରେ କ୍ଷମତା ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ ହାତକୁ ଚାଲିଯାଇପାରେ। ଏହା ସାଉଦି ଆରବ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଓମାନର ଧ୍ୟାନ ବାଣିଜ୍ୟ ଉପରେ ରହିଛି। ଓମାନ କହିଛି, ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଖରାପ ହୋଇପାରେ। ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିପାରେ, ଯାହା ସିଧାସଳଖ ତୈଳ ବାଣିଜ୍ୟକୁ କ୍ଷତି ପହଞ୍ଚାଇବ। ଓମାନ କହିଛି ଏଭଳି ପ୍ରସଙ୍ଗରେ ସଂଯମତା ଆବଶ୍ୟକ। ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ବିଶ୍ୱର ସାମୁଦ୍ରିକ ତୈଳ ବାଣିଜ୍ୟର ୨୫% ଏବଂ ତରଳ ପ୍ରାକୃତିକ ଗ୍ୟାସ ବାଣିଜ୍ୟର ୨୦% ହୋଇଥାଏ। ପ୍ରତିଦିନ ପ୍ରାୟ ୨୦ ନିୟୁତ ବ୍ୟାରେଲ ତେଲ ଏହି ପ୍ରଣାଳୀ ଦେଇ ପରିବହନ ହୋଇଥାଏ।

ରିପୋର୍ଟ ଅନୁଯାୟୀ, ସାଉଦି ଆରବ ସରକାର ଇରାନ କଭରେଜ ସମ୍ପର୍କରେ ସମସ୍ତ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ଲାଗୁ କରିଛି। ସାଉଦି ଆରବ ଚାହୁଁନାହିଁ ଯେ, ଇରାନ ବିଷୟରେ ନକାରାତ୍ମକ ଖବର ପ୍ରକାଶିତ ହେଉ। କାରଣ ଏଭଳି ଖବର ସିଧାସଳଖ ସାଉଦି ଲୋକଙ୍କ ଉପରେ ପ୍ରଭାବ ପକାଇପାରେ। ସାଉଦି ଆରବ ସମସ୍ତ ଗଣମାଧ୍ୟମକୁ ସେମାନଙ୍କର କଭରେଜ ସୀମିତ କରିବାକୁ କହିଛି। ସାଉଦି ଆରବରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ମାଇକେଲ ରାଟନିଙ୍କ ଅନୁସାରେ ସାଉଦି ଆରବ ଇରାନକୁ ପସନ୍ଦ କରେ ନାହିଁ। ଉଭୟ ଦେଶ ମଧ୍ୟରେ ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱିତା ରହିଛି। ଏହା ସତ୍ତ୍ୱେ, ସାଉଦି ଆରବ ଯୁଦ୍ଧ ଚାହୁଁନାହିଁ।