ତେହେରାନ: ଇରାନରେ ଖେମିନି ବିରୋଧୀ ବ୍ୟାପକ ବିକ୍ଷୋଭ ମଧ୍ୟରେ, ଆୟାତୋଲ୍ଲା ଖେମିନିଙ୍କ ଶାସନ ବିକ୍ଷୋଭକୁ ଦମନ କରିବା ପାଇଁ ଇରାକରୁ ଶିଆ ମିଲିସିଆଙ୍କୁ ଆଣିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଇରାକରୁ ପ୍ରାୟ ୮୦୦-୮୫୦ ଆରବୀ ଭାଷାଭାଷୀ ଯୋଦ୍ଧା ତୀର୍ଥଯାତ୍ରୀ ଭାବରେ ଇରାନକୁ ଯାଇଛନ୍ତି, କାରଣ ଖେମିନିଙ୍କ ସୈନ୍ୟବାହିନୀ ନିଜ ଲୋକଙ୍କ ଉପରକୁ ଗୁଳି ଚଳାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଇରାନରେ ବିକ୍ଷୋଭକାରୀଙ୍କ ହତ୍ୟାରେ ତୀବ୍ର ବୃଦ୍ଧି ଘଟିଥିବା ଖବର ସହିତ ବିଦେଶୀ ଯୋଦ୍ଧାଙ୍କ ଆଗମନ ଚିନ୍ତା ବଢ଼ାଇଛି।
ଗତ ସପ୍ତାହରେ, ଏକ ନିୟମିତ ସନ୍ଧ୍ୟା ସିଫ୍ଟରେ, ଇରାକୀ ଅଧିକାରୀ ଅଲି ଡି ଇରାନ ସୀମାରେ ମୁତୟନ ହୋଇଥିଲେ ଯେତେବେଳେ ଏକ ବସ୍ ଚେକ୍ ପଏଣ୍ଟ ନିକଟକୁ ଆସିଥିଲା। ତାଙ୍କୁ କୁହାଯାଇଥିଲା ଯେ, ଏହା ଶିଆ ତୀର୍ଥଯାତ୍ରୀମାନଙ୍କୁ ନେଇ ଇରାନ ଯାଉଛି। କିନ୍ତୁ ଅତି ନିକଟରୁ ଦେଖିଲେ ସନ୍ଦେହ ସୃଷ୍ଟି ହେଲା। ଯାତ୍ରୀମାନେ ତୀର୍ଥଯାତ୍ରୀଙ୍କ ଭଳି ନଥିଲେ। ସେଠାରେ କୌଣସି ପରିବାର ନ ଥିଲେ, କୌଣସି ବୃଦ୍ଧ ଯାତ୍ରୀ ନ ଥିଲେ।
ସେଠାରେ କେବଳ ଯୁବକମାନେ ଥିଲେ, ସମସ୍ତେ ସମାନ କଳା ଟି-ସାର୍ଟ ପିନ୍ଧିଥିଲେ। ପରେ ଅଲି ଡି ଆମେରିକୀୟ ନ୍ୟୁଜ୍ ଆଉଟଲେଟ୍ ଦି ମିଡିଆ ଲାଇନକୁ କହିଛନ୍ତି ଯେ, ଏହିପରି ‘ତୀର୍ଥଯାତ୍ରୀ’ ବସ୍ ଆସୁଛି। ଜାନୁଆରି ୧୧ ସୁଦ୍ଧା ପ୍ରାୟ ୬୦ଟି ୫୦ ସିଟ୍ ବିଶିଷ୍ଟ ବସ୍ ସୀମା ଅତିକ୍ରମ କରିଛି। ଅଲି ଡି ସୀମାରେ ଯାହା ଦେଖିଲେ ତାହା ଏକ ବଡ଼ ଅପରେସନର ସୂଚନା ଥିଲା। ସମଗ୍ର ଇରାନରେ ଖେମିନିଙ୍କ ଶାସନ ବିରୋଧରେ ବିକ୍ଷୋଭ ବ୍ୟାପିବା ସହିତ, ଏହି ‘ତୀର୍ଥଯାତ୍ରୀ’ ବସ୍ଗୁଡ଼ିକ ଆସୁଛି। ବିକ୍ଷୋଭକୁ ଅତି ନିର୍ମମ ଭାବରେ ଦମନ କରିବା ପାଇଁ ଏହା ଆୟାତୋଲ୍ଲା ଖେମିନି ଶାସନର ହତାଶ ଉଦ୍ୟମ ବୋଲି ରିପୋର୍ଟରେ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/15/new-project-7-2026-01-15-22-24-37.jpg)