ଦୁଇଟି ରକେଟ୍‌ ମାଡ଼ ଯୋଗୁଁ ସାଉଦି ଆରବ ବନ୍ଦର ନିକଟରେ ଇରାନ୍‌ ତୈଳ ଟ୍ୟାଙ୍କର୍‌ରେ ନିଆଁ ଲାଗିଛି

ନୂଆଦିଲ୍ଲୀ: ଦୁଇଟି ରକେଟ୍‌ ମାଡ଼ ଜନିତ ବିସ୍ଫୋରଣ ଯୋଗୁଁ ଶୁକ୍ରବାର ଦିନ ସାଉଦି ଆରବ ନିକଟବର୍ତ୍ତୀ ଲୋହିତ ସାଗର ମଧ୍ୟରେ ଯାତ୍ରା କରୁଥିବା ଗୋଟାଏ ଇରାନୀୟ ତୈଳ ଟ୍ୟାଙ୍କର୍‌ କ୍ଷତିଗ୍ରସ୍ତ ହୋଇଛି ବୋଲି ଇରାନ୍‌ କହିଛି। କିନ୍ତୁ, ବିସ୍ଫୋରଣ ଖବର ସଂକ୍ରାନ୍ତରେ ସାଉଦି ଆରବ ହଠାତ୍‌ କିଛି କହି ନାହିଁ।

ସରକାରୀ ଟେଲିଭିଜନ୍‌ କହିଛି ଯେ ବସ୍ଫୋରଣ ଯୋଗୁଁ ଏହି ଅନାମିତ ତୈଳ ଟ୍ୟାଙ୍କର୍‌ର ଦୁଇଟି ଷ୍ଟୋର୍‌ରୁମ୍‌ ନଷ୍ଟ ହୋଇ ଯାଇଛି। ଫଳରେ ଲୋହିତ ସାଗରରେ ତୈଳ ଲିକ୍‌ କରିପାରେ। ଏ ସଂକ୍ରାନ୍ତରେ ଟେଲିଭିଜନ୍‌ ଆଉ କିଛି ବିଶେଷ ତଥ୍ୟ ଦେଇ ନାହିଁ।

Representative Image Source: Hindustan Times

ଲୋହିତ ସାଗରର ସାଉଦି ବନ୍ଦର ନଗରୀ ଜେଦ୍ଦା ତଟ ଠାରୁ ୯୫ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଘଟିଥିବା ବିସ୍ଫୋରଣ ଯୋଗୁଁ ନ୍ୟାସ୍‌ନାଲ୍‌ ଇରାନିୟାନ୍‌ ଅଏଲ୍‌ କମ୍ପାନିର ତୈଳ ପୋତରେ ନିଆଁ ଲାଗିଥିବା କଥା ଗଣମାଧ୍ୟମ ରିପୋର୍ଟ କହୁଛି। ଇରାନ୍‌ର ନୌର୍‌ ସମ୍ବାଦ ଏଜେନ୍‌ସି ପରେ କହିଛି ଯେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଓ କୌଣସି କ୍ରୁ’ମେମ୍ବର୍‌ ଆହତ ହୋଇ ନାହାନ୍ତି। ତୈଳପୋତର ନାମ ‘ସାନିଟାଇଜ୍‌ଡ୍‌’ ବୋଲି ଏହି ଗଣମାଧ୍ୟମ କହିଛି।

ସେ ଅଞ୍ଚଳର ତଦାରଖ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ୫ମ ଫ୍ଲିଟ୍‌ ମଧ୍ୟ ଏ ସଂକ୍ରାନ୍ତରେ ତୁରନ୍ତ କୌଣସି ତଥ୍ୟ ଦେଇ ନାହିଁ।

ସମ୍ବନ୍ଧିତ ଖବର