ୱାସିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ଇରାନର ଦକ୍ଷିଣ ଇରାନର ମିନାବ କାଉଣ୍ଟିରେ ଥିବା ଏକ ବାଳିକା ବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି। ଏହି ଘଟଣାରେ ଯେଉଁଥିରେ ୧୭୫ ରୁ ଅଧିକଙ୍କର ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ଥିଲେ। ଏବେ ଉଭୟ ପକ୍ଷ ସ୍କୁଲ ଆକ୍ରମଣ ପାଇଁ ପରସ୍ପରକୁ ଦାୟୀ କରୁଛନ୍ତି।
ଅଧିକପଢ଼ନ୍ତୁ:ପୁରୀରେ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି , ଆକ୍ରମଣ ସମ୍ଭବତଃ ଇରାନ ଦ୍ୱାରା ହିଁ କରାଯାଇଛି। ଆମେ ଭାବୁଛୁ ଏହା ଇରାନ ଦ୍ୱାରା କରାଯାଇଥିଲା। କାରଣ ସେମାନେ ସେମାନଙ୍କର ଯୁଦ୍ଧାସ୍ତ୍ର ତ୍ରୁଟିପୂର୍ଣ୍ଣ ଭାବେ ଉତ୍କ୍ଷେପଣ କରିଥିବା ଆଶଙ୍କା କରାଯାଉଛି। ସେମାନେ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରିବା ଜାଣନ୍ତି ନାହିଁ।
ଆମେରିକା "ଜାଣିଶୁଣି କୌଣସି ସ୍କୁଲକୁ ଟାର୍ଗେଟ କରି ନାହୁଁ
ଇସ୍ରାଏଲ ଏବଂ ଆମେରିକା ରିପୋର୍ଟ କରାଯାଇଥିବା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଏହା ତଦନ୍ତାଧୀନ ଅଛି। ଯେତେବେଳେ ଇରାନ ଏହି ଆକ୍ରମଣ ପାଇଁ ୱାସିଂଟନକୁ ଦାୟୀ କରିଛି। ପେଣ୍ଟାଗନ ନିଶ୍ଚିତ କରିଛି ଆମେ ଏନେଇ ତଦନ୍ତ କରୁଛୁ। ବିଦେଶ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା "ଜାଣିଶୁଣି କୌଣସି ସ୍କୁଲକୁ ଟାର୍ଗେଟ କରି ନାହୁଁ।
ଗୁରୁବାର ଦିନ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି, ଆମେରିକାର ସାମରିକ ବିବୃତି ସୂଚାଇ ଦେଇଛି ଯେ, ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ନୌସେନା ଶିବିର ଉପରେ ଆକ୍ରମଣ କରିଛି, ଯେଉଁଠାରେ ରିଭଲ୍ୟୁସନରୀ ଗାର୍ଡର ଏକ ଶିବିର ଥିଲା। ଯାହା ସୂଚାଇ ଦେଉଛି ଯେ, ସେମାନେ ଆକ୍ରମଣ କରିଥିବାର ଆଶଙ୍କା ଅଧିକ ରହିଛି।ଟାଇମ୍ସ କହିଛି ଯେ ଆକ୍ରମଣ ସମୟର ସୋସିଆଲ ମିଡିଆ ପୋଷ୍ଟ ଓ ସାକ୍ଷୀଙ୍କ ଫଟୋ ତଥା ଭିଡିଓର ବିଶ୍ଳେଷଣରୁ ଜଣାପଡିଛି ଯେ, ସ୍କୁଲ ଉପରେ ଏବଂ ଗାର୍ଡସର ନୌସେନା ଘାଟି ସ୍ଥାନରେ ଆକ୍ରମଣ ସମାନ ସମୟରେ ହୋଇଥିଲା।
ଅଧିକପଢ଼ନ୍ତୁ:ରାଷ୍ଟ୍ରପତି ମୁର୍ମୁଙ୍କୁ ଅପମାନ ମାମଲାରେ ଗୃହ ମନ୍ତ୍ରଣାଳୟର କଡ଼ା କାର୍ଯ୍ୟାନୁଷ୍ଠାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/08/9889-2026-03-08-14-24-35.jpeg)