ଇରାନ ଉପରେ କଟକଣା, ଭାରତର ସହାୟତା ଲୋଡିଲା ତେହେରାନ

ନୂଆଦିଲ୍ଲୀ : ଇରାନରୁ ତେଲ ଆମଦାନୀ ଉପରେ ଆମେରିକା କଟକଣା ଲଗାଇଥିବାରୁ ଇରାନର ଚିନ୍ତା ବଢିଯାଇଛି । କାରଣ ଭାରତ ଇରାନର ଏକ ପ୍ରମୁଖ ତୈଳ ଆମଦାନୀକାରୀ ଦେଶ । ଆମେରିକା ପକ୍ଷରୁ ଇରାନ ଉପରେ ବିଭିନ୍ନ ଦିଗରୁ ଚାପ ବଢୁଥିବାବେଳେ ଇରାନ ଭାରତର ସହାୟତା ଲୋଡିଛି । ନିକଟରେ ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ ଭାରତ ଗ୍ରସ୍ତରେ ଆସି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟି ଭାରତର ସହାୟତା ଓ ସମର୍ଥନ ଲୋଡିଛନ୍ତି । ଭାରତ ତୈଳ ଆମଦାନୀ ଜାରି ରଖୁ ବୋଲି ଇରାନ ଚାହୁଁଛି । ଅନ୍ୟପକ୍ଷରେ ମଧ୍ୟପୂର୍ବରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି ।

ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଭାରତ ବର୍ଷକୁ ପ୍ରାୟ ୨୩.୫ ନିୟୁତ ଟନ୍ ଅଶୋଧିତ ତେଲ ଇରାନରୁ ଆମଦାନୀ କରିଥାଏ। ଭାରତର ମୋଟ ତେଲ ଆମଦାନୀରେ ଇରାନର ଯୋଗଦାନ ପ୍ରାୟ ୧୦ ପ୍ରତିଶତରୁ ଅଧିକ ରହିଥାଏ। ତେଣୁ ଏତେ ପରିମାଣର ତେଲ ଆମଦାନୀ ଅନୁମତି ଭାରତକୁ ନମିଳିବା ଫଳରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧିତ ଖବର