ତେହେରାନ: ଇରାନ- ଇସ୍ରାଏଲ ଯୁଦ୍ଧ ବିରତି ପରେ ଟ୍ରମ୍ପଙ୍କୁ ନେଇ ବଡ ବୟାନ । ଇରାନର ସରକାରୀ ମିଡିଆରେ ଟ୍ରମ୍ପଙ୍କୁ ନେଇ ବଡ଼ ବୟାନ ଦେଇଛି । ଟ୍ରମ୍ପ୍ ‘ଯୁଦ୍ଧ ବିରତି’ ନେଇ ଭିକ ମାଗିଛନ୍ତି । ଇରାନ- ଇସ୍ରାଏଲ ଯୁଦ୍ଧ ବନ୍ଦ କରିବାକୁ ଇରାନ ପାଖରେ ନେହୁରା ହୋଇଛନ୍ତି ଟ୍ରମ୍ପ୍ । ଇରାନ୍ କତର ଓ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଭୟଭୀତ ହୋଇ ଟ୍ରମ୍ପ ଇରାନ- ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ଚାହିଁଛନ୍ତି ବୋଲି ଇରାନ ମିଡିଆ କହୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Advertisment

ତେବେ ଇରାନ ମିଡିଆ କହୁଛି ଇରାନର ପ୍ରତିଶୋଧ ଆଗରେ ନଇଁଲା ଆମେରିକା । ଆମେରିକା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ୍ । ଆମେରିକୀୟ ଆକ୍ରମଣ ଜବାବ ଦେବାକୁ ଯାଇ ଇରାନ- କତର ଓ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା । କତରରେ ଥିବା ଆମେରିକା ସୈନ୍ୟ ଠିକଣା ଉପରେ ମିସାଇଲ ଆକ୍ରମଣ କରିଥିଲା ଇରାନ। ଅଲ-ଉଦିଦ ଏୟାରବେସ ଉପରେ ଆକ୍ରମଣ କରିବା ପରେ ଆମେରିକା ଦୁଇ ଦେଶ ମଧ୍ଯରେ ଯୁଦ୍ଧ ବନ୍ଦ ପାଇଁ ଅଣ୍ଟା ଭିଡିଥିଲା ।

ଇରାନ-ଇସ୍ରାଏଲ ମଧ୍ଯରେ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପ ଆଗେଇ ଆସିଥିବା ବେଳେ ଦୁଇ ଦେଶ ମଧ୍ଯରେ ଚୁକ୍ତି କରି ଯୁଦ୍ଧ ବିରତି ପାଇଁ ଘୋଷଣା କରିଥିଲେ । ହେଲେ ଇରାନ ଏ କଥା ନମାନି ଇସ୍ରାଏଲ ଉପରେ ପୁଣି ଆକ୍ରମଣ କରିଥିଲା । ଯେଉଁଥିରେ ୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ପରେ ଟ୍ରମ୍ପ ପୁନଶ୍ଚ ଅସ୍ତ୍ରବିରତି ଉଲ୍ଲଂଘନ ନକରିବାକୁ ଦୁଇ ଦେଶୁକୁ ଅନୁରୋଧ କରିଥିଲେ । ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଦୟାକରି କେହି ଅସ୍ତ୍ର ବିରତି ଉଲ୍ଲଂଘନ ନକରିବାକୁ ଅପିଲ କରିଥିଲେ ଟ୍ରମ୍ପ। ଏବଂ ଶେଷରେ ଯୁଦ୍ଧ ବନ୍ଦ ପାଇଁ ରାଜି ହେଲା ଇରାନ । ଇସ୍ରାଏଲ-ଇରାନ ମଧ୍ଯରେ ଚାଲିଥିବା ଯୁଦ୍ଧରେ ପଡିଲା ଯବନିକା । ୧୨ ଦିନର ଯୁଦ୍ଧରେ ବ୍ରେକ୍ ଦେବାକୁ ରାଜି ହୋଇଛି ଇରାନ । ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣାକୁ ମାନିଛି ଇରାନ । ଆଉ ଦୁଇ ଦେଶ ମଧ୍ଯରେ ଜାରି ରହିଥିବା ଯୁଦ୍ଧ ବନ୍ଦ କରିବାକୁ ସହମତି ପ୍ରକାଶ କରିଛି ଇରାନ । ତେବେ ସକାଳ ୭.୩୦ରୁ ଯୁଦ୍ଧ ବିରତି ହୋଇଥିବା ଇରାନୀ ମିଡିଆରେ ପ୍ରକାଶ ପାଇଛି ।

ସେପଟେ ଇରାନ ଯୁଦ୍ଧ ବନ୍ଦ ନେଇ ଘୋଷଣା କରିବା ପରେ ଇସ୍ରାଏଲ ଆଶ୍ବସ୍ତ ହୋଇଛି । ଇସ୍ରାଏଲ ଲୋକଙ୍କୁ ବଙ୍କରରୁ ବାହାରକୁ ବାହାରିବାକୁ ଅନୁମତି ଦେଇଛି । ଆଉ ଅସ୍ତ୍ରବିରତି ଉଲ୍ଲଂଘନ ନକରିବାକୁ ଇରାନକୁ ଚେତାବନୀ ଦେଇଛି ଇସ୍ରାଏଲ । ଯଦି ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରେ ଇରାନ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଇସ୍ରାଏଲ କହିଛି ।