ସୁଲେମାନୀଙ୍କ ସଂଘର୍ଷର କାହାଣୀ, ବାପାଙ୍କ ଋଣ ସୁଝିବାକୁ ୧୩ ବର୍ଷରୁ ଖଟିଥିଲେ

ନୂଆଦିଲ୍ଲୀ: ବାଗଦାଦ୍‌ରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଥିବା ଇରାନ୍‌ ଜେନେରାଲ କ୍ବାସିମ ସୁଲେମାନୀଙ୍କ ଜୀବନଯାତ୍ରା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ୬୨ ବର୍ଷୀୟ ସୁଲେମାନୀଙ୍କର ଇରାନ୍‌ରେ ରାଷ୍ଟ୍ରପତିଙ୍କଠାରୁ ବି ଅଧିକ କ୍ଷମତା ଥିଲା। ସେ ଇରାନ୍‌ର ସର୍ବୋଚ୍ଚ ନେତା ଆୟା‌ତୋଲ୍ଲା ଖେମିନିଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। କିନ୍ତୁ ଆରମ୍ଭରୁ ତାଙ୍କ ଜୀବନ ଖୁବ୍‌ କଷ୍ଟଦାୟକ ଥିଲା। ପୂର୍ବ ଇରାନ୍‌ର ରାବୋର୍‌ ସହରରେ ଏକ ଗରିବ କୃଷକ ପରିବାରରେ ଜନ୍ମ ହୋଇଥିଲେ ସୁଲେମାନୀ। ମାତ୍ର ୧୩ ବର୍ଷ ବୟସରେ ସେ ବାପାଙ୍କ ଋଣ ସୁଝିବାପାଇଁ ପଡ଼ୋଶୀ ସହରକୁ କାମ କରିବା ପାଇଁ ଯିବାକୁ ବାଧ୍ୟ ହୋଇଥିଲେ। ସେ ସମୟରେ ୧୯୭୯ରେ ରାଜତନ୍ତ୍ରର ଅବସାନ ଘଟିଲା। ସୁଲେମାନି ଆୟାତୋଲ୍ଲା ଖେମିନିଙ୍କ ଧାର୍ମିକ ଶା‌ସନ ପ୍ରତି ପ୍ରତିଶ୍ରୁତିବଦ୍ଧ ଥିଲେ। ସେ ରିଭୋଲ୍ୟୁସନାରି ଗାର୍ଡରେ ଯୋଗ ଦେଇଥିଲେ। ମାତ୍ର ୨ ବର୍ଷ ମଧ୍ୟରେ ତାଙ୍କୁ ଇରାକ୍‌ ସେନା ସହ ଯୁଦ୍ଧ ପାଇଁ ପଠାଯାଇଥିଲା। ମୃତ୍ୟୁର ୧୮ ମାସ ପୂର୍ବରୁ ସୁଲେମାନି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଚେତାବନୀ ଦେଇ ବିବାଦ ଘେରରେ ରହିଥିଲେ।

ସମ୍ବନ୍ଧିତ ଖବର