ତେହେରାନ/ୱାସିଂଟନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଆମେରିକାର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଭୟରେ ଖେମିନି ଏକ ବଙ୍କରରେ ଲୁଚି ରହିଛନ୍ତି। ଇରାନର ବରିଷ୍ଠ ସାମରିକ ଅଧିକାରୀମାନେ ତାଙ୍କୁ ସତର୍କ କରାଇ ଦେଇଥିଲେ ଯେ, ଆମେରିକା ଯେକୌଣସି ସମୟରେ ଏୟାର ଷ୍ଟ୍ରାଇକ୍ କରିପାରେ। ରିପୋର୍ଟ ଅନୁଯାୟୀ, ୮୬ ବର୍ଷୀୟ ଖେମିନି ତେହେରାନର ଏକ ​​ବଙ୍କରରେ ଲୁଚି ରହିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ଏହି ବଙ୍କରଟି ଅନେକ ଗୁପ୍ତ ଭୂତଳ ସୁଡ଼ଙ୍ଗ ସହିତ ସଂଯୁକ୍ତ ବୋଲି କୁହାଯାଉଛି। ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ କ୍ୟାରିଅର ଷ୍ଟ୍ରାଇକ୍ ଗ୍ରୁପ୍ ପାରସ୍ୟ ଉପସାଗର ଆଡକୁ ମୁହାଁଇଥିବାରୁ ପରିସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି।
ଖାମେନି ଦେଶର ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ତାଙ୍କ ସାନପୁଅ ମାସୁଦ ଖେମିନିଙ୍କୁ ହସ୍ତାନ୍ତର କରିଛନ୍ତି। ୫୩ ବର୍ଷୀୟ ମାସୁଦଙ୍କୁ ଅସ୍ଥାୟୀ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକର ତଦାରଖ ଦାୟିତ୍ୱ ଦିଆଯାଇଛି। ସେ ସରକାରଙ୍କ କାର୍ଯ୍ୟନିର୍ବାହୀ ଶାଖା ଓ କ୍ଷମତାର ଅନ୍ୟାନ୍ୟ ଅଂଶ ମଧ୍ୟରେ ମୁଖ୍ୟ ଯୋଗାଯୋଗକାରୀ ଭାବରେ କାର୍ଯ୍ୟ କରିଥାନ୍ତି।
ନୌବାହିନୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଲେ ଟମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଘୋଷଣା କରିଛନ୍ତି ଯେ, ଆମେରିକା ମଧ୍ୟପ୍ରାଚ୍ୟକୁ ଯୁଦ୍ଧଜାହାଜ ପଠାଉଛି। ଏହାକୁ ଇରାନ ପ୍ରତି ଏକ କଠୋର ଚେତାବନୀ ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ନୌସେନା ଏକ ବଡ଼ ନୌବାହିନୀ ମୁତୟନ କରିବା ସହିତ ତିନୋଟି ଯୁଦ୍ଧଜାହାଜକୁ ନେଇ ଗଠିତ ଆବ୍ରାହମ ଲିଙ୍କନ୍ ଷ୍ଟ୍ରାଇକ୍ ଗ୍ରୁପ୍ ଭାରତ ମହାସାଗରରୁ ପାରସ୍ୟ ଉପସାଗର ଆଡକୁ ମୁହାଁଇଛି।
ଆହୁରି ପଢ଼ନ୍ତୁ: Meloni': ଆମର ସୈନିକ ରକ୍ତ ବୁହାଇଛନ୍ତି: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ
ମୁଣ୍ଡ ନୁଆଁଇବାକୁ ମନା କଲା ଇରାନ
ଇରାନ ଆମେରିକା ଆଗରେ ମୁଣ୍ଡ ନୁଆଁଇବାର କୌଣସି ସଙ୍କେତ ସାର୍ବଜନୀନ ଭାବରେ ଦେଖାଇ ନାହିଁ। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଆମେରିକା କିମ୍ବା ଇସ୍ରାଏଲ ଇରାନର ସର୍ବୋଚ୍ଚ ନେତାଙ୍କ ଉପରେ ଆକ୍ରମଣ କରନ୍ତି। ତେବେ ଏହାକୁ ଇରାନ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରାଯିବ। ଇରାନ ସଂସଦର ଜାତୀୟ ସୁରକ୍ଷା କମିଟି ଚେତାବନୀ ଦେଇଛି, ଯଦି ଖେମିନିଙ୍କ ଉପରେ ଆକ୍ରମଣ କରାଯାଏ ତେବେ ଜିହାଦ ଘୋଷଣା କରାଯିବ।
ଆହୁରି ପଢ଼ନ୍ତୁ: Indias Crude Basket: ରୁଷ୍ରୁ ଅଶୋଧିତ ତେଲ ଆମଦାନି କମୁଛି, ମଧ୍ୟପ୍ରାଚ୍ୟରୁ ବଢ଼ୁଛି
ସପ୍ତାହେ ଧରି ସୋସିଆଲ ମିଡିଆରୁ ଅଦୃଶ୍ୟ ଖେମିନି
ଖେମିନି ସାଧାରଣତଃ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। କିନ୍ତୁ ସେ ଜାନୁଆରି ୧୭ ତାରିଖରୁ ସେ ଏକ୍ସରେ କୌଣସି ପୋଷ୍ଟ କରିନାହାନ୍ତି। ସେ କେତେ ସମୟ ଧରି ବଙ୍କରରେ ଅଛନ୍ତି ତାହାର ସ୍ପଷ୍ ସୂଚନା ମିଳିନାହିଁ। ଜୁନ୍ ମାସରେ ଇସ୍ରାଏଲ ସହ ୧୨ ଦିନିଆ ଯୁଦ୍ଧ ସମୟରେ ସେ ବଙ୍କରକୁ ପଳାଇଥିଲେ। ସେହି ସମୟରେ, ସେ ତାଙ୍କ ମୃତ୍ୟୁ ଆଶଙ୍କା କରି ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଥିଲେ। ଖେମିନି ତାଙ୍କର ଶେଷ ସୋସିଆଲ ମିଡିଆ ପୋଷ୍ଟରେ ଦେଶରେ ଚାଲିଥିବା ପ୍ରତିବାଦ ପାଇଁ ଦେଶର ତଥା ବିଦେଶର ଅପରାଧୀଙ୍କୁ ଦାୟୀ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/25/25bbs_26_25012026_112-2026-01-25-16-23-27.jpg)