ତେହେରାନ : ଇସ୍ରାଏଲ ଓ ଲେବାନନର ଉଗ୍ରବାଦୀ ସଙ୍ଗଠନ ହିଜବୁଲ୍ଲା ମଧ୍ୟରେ ଲଢେଇକୁ ନେଇ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଏକ ବଡ଼ ବୟାନ ଦେଇଛନ୍ତି। ଆୟାତୋଲ୍ଲା ଖାମେନି କହିଛନ୍ତି ଯେ ଏହା ଏକ କେବେ ଶେଷ ନ ହେଉଥିବା ଯୁଦ୍ଧ। ଅର୍ଥାତ ଲମ୍ବା ସମୟ ପାଇଁ ଚାଲିବ ଯୁଦ୍ଧ ।

Advertisment

ଆଜି ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ୍ ମାଡ଼ ପରେ ଖୋମିନିଙ୍କ ଏହି ବୟାନ ଆସିଛି । ହିଜବୁଲ୍ଲା ଇରାନ ସମର୍ଥିତ ଏକ ସଂଗଠନ ହୋଇଥିବାରୁ ଏହି ଆକ୍ରମଣକୁ ଇରାନର ପରୋକ୍ଷ ଆକ୍ରମଣ ଭାବେ ଦେଖାଯାଉଛି । ଏଭଳି ସ୍ଥିତିରେ ଇରାନର ସର୍ବୋଚ୍ଚ ନେତାଙ୍କ ଏହି ବୟାନରୁ ଅନେକ ଅର୍ଥ ବାହାର କରାଯାଉଛି । 

ଆଜି ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ୍ ମାଡ଼ ପରେ ଖୋମିନିଙ୍କ ଏହି ବୟାନ ଆସିଛି । ହିଜବୁଲ୍ଲା ଇରାନ ସମର୍ଥିତ ଏକ ସଂଗଠନ ହୋଇଥିବାରୁ ଏହି ଆକ୍ରମଣକୁ ଇରାନର ପରୋକ୍ଷ ଆକ୍ରମଣ ଭାବେ ଦେଖାଯାଉଛି ।

ଇରାନ ସର୍ବୋଚ୍ଚ ନେତାଙ୍କ ଧମକର ଜବାବ ଦେଇଛି ଇସ୍ରାଏଲ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି ଯେ ବେରୁତର ନସରୁଲ୍ଲା ଏବଂ ତେହେରାନର ଖାମେନି ବୁଝିବା ଦରକାର ଯେ ଆଜି ଆମେ ଯାହା କରିଛୁ ତାହା ଭବିଷ୍ୟତରେ ପରିସ୍ଥିତିକୁ ବଦଳାଇବା ଦିଗରେ ଆଉ ଏକ ପଦକ୍ଷେପ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ମଧ୍ୟ ନସରୁଲ୍ଲା ଓ ଖାମେନିଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି।