ସାମରିକ ସହଯୋଗ ପାଇଁ ଇରାନ୍‌-ସିରିୟା ଚୁକ୍ତି

ଡାମାସ୍‌କସ୍‌: ସାମରିକ ସହଯୋଗ ପାଇଁ ଇରାନ୍‌ ଏବଂ ସିରିୟା ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଉଭୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ସାମରିକ ସହଯୋଗ ନେଇ ଚୁକ୍ତି ସ୍ୱାକ୍ଷର ହୋଇଛି। ଇରାନ୍‌ ପ୍ରତିରକ୍ଷା ମନ୍ତ୍ରୀ ଅମୀର ହତାମି ଗତ ରବିବାର ଡାମାସକସ୍‌କୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ। ଏହି ଗସ୍ତ ଅବସରରେ ଦୁଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସାମରିକ ସହଯୋଗ ଚୁକ୍ତି ସ୍ୱାକ୍ଷର ହୋଇଛି।

ସମ୍ବନ୍ଧିତ ଖବର