ତେହେରାନ : ନିଜ ପରମାଣୁ ପ୍ଲାଣ୍ଟ ଉପରେ ଆମେରିକାର ଆକ୍ରମଣ ପରେ ଇରାନ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି। ଏବେ ଏହାର ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଇରାନ । ଇରାନ ମଧ୍ୟପୂର୍ବରେ ଥିବା ଆମେରିକୀୟ ସେନା ଘାଟି ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି । କିନ୍ତୁ ଏପରି ଆକ୍ରମଣରୁ ବିରତ ରହିବାକୁ ଆମେରିକା ପୂର୍ବରୁ ହିଁ ଇରାନକୁ ସତର୍କ କରିସାରିଛି ।
ରିପୋର୍ଟ ଅନୁଯାୟୀ, ଇରାନ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏକ ବଡ଼ ଆକ୍ରମଣ କରିବ। ଏହା ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିପାରେ। ଏହି ଆକ୍ରମଣ ପାଇଁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କଠାରୁ ସବୁଜ ସଙ୍କେତ ମିଳିଥିବା ଇରାନର ନୂତନ ସେନା ମୁଖ୍ୟ ଅବଦୁଲ ରହିମ ମୁସାଭି ସୂଚନା ଦେଇଛନ୍ତି।

ଏହା ପରେ, ମଧ୍ୟପ୍ରାଚ୍ୟରେ ଆମେରିକୀୟ ସେନାକୁ ହାଇ ଆଲର୍ଟରେ ରଖାଯାଇଛି। ଆମେରିକାର ଗୁଇନ୍ଦା ବିଭାଗ ଇରାନ ଉପରେ ସତର୍କ ରହିଛି। ଇରାନ ଆକ୍ରମଣକୁ ବିଫଳ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକାର ପ୍ରବେଶ ସହିତ ପରିସ୍ଥିତି ବହୁତ ପରିବର୍ତ୍ତନ ହୋଇଛି। ଶନିବାର ରାତିରେ ଇରାନର ତିନୋଟି ପରମାଣୁ ଘାଟି ଉପରେ ଆକ୍ରମଣ କରି ଆମେରିକା ଦର୍ଶାଇଛି ଯେ ସେ ସିଧାସଳଖ ଏହି ଯୁଦ୍ଧରେ ପ୍ରବେଶ କରିଛି। ସେପଟେ ରୁଷ ଏହି ଯୁଦ୍ଧରେ ଇରାନକୁ ସମର୍ଥନ ଜଣାଇଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ଆକ୍ରମଣକୁ ନିନ୍ଦା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/23/us-2025-06-23-21-11-09.jpg)