ଵାସିଂଟନ୍: ଆମେରିକା-ଇରାନ୍ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ହିନ୍ଦ ମହାସାଗର ଏକ ଯୁଦ୍ଧକ୍ଷେତ୍ର ପାଲଟିଛି। ଏହି ରାସ୍ତା ଦେଇ ଆମେରିକୀୟ ଯୁଦ୍ଧଜାହାଜ ନିରନ୍ତର ଇରାନ ଆଡକୁ ଗତି କରୁଛି। ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତିକୁ ଅଭୂତପୂର୍ବ ସ୍ତରକୁ ବିସ୍ତାର କରିଛି। ଆମେରିକୀୟ ନୌସେନା ଅନୁଯାୟୀ, ବର୍ତ୍ତମାନ ‘ସେଣ୍ଟକମ୍’ ଅଞ୍ଚଳରେ ୧୦ଟି ଆମେରିକୀୟ ଯୁଦ୍ଧଜାହାଜ ମୁତୟନ କରାଯାଇଛି। ଏଥିରେ ବିଧ୍ୱଂସକ ଗାଇଡେଡ୍-ମିସାଇଲ୍ ଅନ୍ତର୍ଭୁକ୍ତ। ପୂର୍ବରୁ ବି ଆମେରିକାର ସାମୁଦ୍ରିକ ଦାନବ ୟୁଏସ୍ଏସ୍ ଆବ୍ରାହମ ଲିଙ୍କନ ଏଠାରେ ଘୂରି ବୁଲୁଛି। ଏହା ସହିତ ଯୁଦ୍ଧଜାହାଜ ଏବଂ ଆମେରିକୀୟ ଲଢ଼ୁଆ ବିମାନର ମୁତୟନ ହୋଇ ରହିଛନ୍ତି। କେବଳ ଏତିକି ନୁହେଁ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକୀୟ ଆଡଭାନ୍ସ ଯୁଦ୍ଧଜାହାଜର ଏକ ବାହିନୀ ଇରାନ ଆଡକୁ ବଢ଼ୁଛି। ତେଣୁ ଆମେରିକାର ଏହି ଶକ୍ତି ପ୍ରଦର୍ଶନକୁ ବିଚାର କଲେ, ଏହା ଦେଖାଯାଉଛି ଯେ ଆମେରିକା ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ, କିନ୍ତୁ ଇରାନ କେତେବେଳେ ଆତ୍ମସମର୍ପଣ କରିବ, ସେହି ଅପେକ୍ଷାରେ ରହିଛି ଆମେରିକା।
କେତେ ପ୍ରସ୍ତୁତ ଇରାନ ?
ଆମେରିକା ବିରୁଦ୍ଧରେ ପ୍ରସ୍ତୁତିରେ ଇରାନ ପଛରେ ନାହିଁ। ଇରାନ ମଧ୍ୟ ତାର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛି, ଯଦିଓ ସେଗୁଡ଼ିକ ଟେକନିକ୍ ଦୃଷ୍ଟିରୁ ଏତେ ଉନ୍ନତ ନୁହେଁ। ତଥାପି ଆମେରିକା ସହ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି ଇରାନ। ଇରାନ ତାର ଡ୍ରୋନ୍ କ୍ୟାରିୟର୍ ଶାହେଦ୍ ବାଘେରିକୁ ସେହି ଅଞ୍ଚଳରେ ମୁତୟନ କରିଛି, ଯେଉଁଠାରେ ଆମେରିକାର ଏମକ୍ୟୁ-୪ସି ଟ୍ରାଇଟନ୍ ନିରୀକ୍ଷଣ ଡ୍ରୋନ୍ ଉଡ଼ୁଛି। ଏହି ଡ୍ରୋନ୍ ବାହକ ଡ୍ରୋନ୍ ଏବଂ ହେଲିକପ୍ଟର ଉତକ୍ଷେପଣ କରିପାରିବାର କ୍ଷମତା ରଖେ। ଏଥିରୁ ନୁର୍ ଓ କାଦେର ଭଳି ଆଣ୍ଟି ସିପ୍ ମିସାଇଲ୍ ମଧ୍ୟ ଉତକ୍ଷେପଣ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/29/new-project-2-2026-01-29-17-56-42.jpg)