ନୂଆଦିଲ୍ଲୀ: ଇରାନ୍‌-ଆମେରିକା ଯୁଦ୍ଧ ଫଳରେ ସାରା ବିଶ୍ବରେ ସାର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଅଧିକ ଦିନ ଯୁଦ୍ଧ ଲାଗି ରହିଲେ ଭାରତରେ ଖରିଫ ଋତୁରେ ସାର ଯୋଗାଣ ଗୁରୁତର ଭାବେ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି। ବିଶେଷକରି ପଶ୍ଚିମ ଏସିଆର ବିଭିନ୍ନ ଅଞ୍ଚଳରୁ ସାର ଭାରତକୁ ଆସିଥାଏ। କିନ୍ତୁ ସେଠାରେ ଏବେ ଅଧିକାଂଶ ସାର କାରଖାନା ବନ୍ଦ ରହିଛି। ସଂପ୍ରତି ଭାରତରେ ସାରର ଚାହିଦା ଅଧିକ ଥିବା ବେଳେ ସାର ଯୋଗାଣକୁ ନେଇ ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି।

Advertisment

ପ୍ରଭାବିତ ହେବ ଭାରତୀୟ କୃଷି ଉତ୍ପାଦନ

ଯୁଦ୍ଧ ପାଇଁ ଭାରତୀୟ କେମିକାଲ ଓ ସାର ଶିଳ୍ପ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ସାର ଓ ପେଟ୍ରୋକେମିକାଲ ଶିଳ୍ପ ପାଇଁ ଅଧିକାଂଶ କଞ୍ଚାମାଲ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ଭାରତକୁ ଆସିଥାଏ। ପ୍ରାକୃତିକ ଗ୍ୟାସ୍‌ ଦର ଉପରେ ଭାରତୀୟ ସାର ଶିଳ୍ପର ଉତ୍ପାଦକତା ନିର୍ଭର କରିଥାଏ। କିନ୍ତୁ ଏବେ ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ବିଶ୍ବ ବଜାରରେ ବୃଦ୍ଧି ପାଇଛି। ତେଣୁ ଯୁଦ୍ଧ ଲମ୍ବା ସମୟ ଜାରି ରହିଲେ ଘରୋଇ ବଜାରରୁ ମଧ୍ୟ ସାର ଯୋଗାଣ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ଏବେ କ୍ବାତାରରୁ ପ୍ରାକୃତିକ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ରପ୍ତାନି ହ୍ରାସ କରାଯାଇଥିବାରୁ ଦେଶ ଭିତରେ ଥିବା ସାର କାରଖାନାଗୁଡ଼ିକରେ ୟୁରିଆ ଉତ୍ପାଦନ ହ୍ରାସ ପାଉଛି। ଖରିଫ ଋତୁ ଆରମ୍ଭ ପୂର୍ବରୁ ଯୋଗାଣରେ ଏଭଳି ବ୍ୟାଘାତ ଭାରତୀୟ କୃଷି ଉତ୍ପାଦନକୁ ପ୍ରଭାବିତ କରିବ।

ଆହୁରି ପଢନ୍ତୁ - Amit Shah: ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ: ଶାହ